କଂସାର ପଂଚାୟତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ଉଦଘାଟିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ରାଜୀବ ସେବା ଭବନ ପରିସରରେ ସରକାରଙ୍କ ଆମ ବ୍ୟାଙ୍କ ଯୋଜନାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖା ଆଜି ଉଦଘାଟିତ ହୋଇଯାଇଛି । ବ୍ୟାଙ୍କର ଏହି ଶାଖାକୁ କେନ୍ଦ୍ରାପଡା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶ୍ରୀବଳଦେବଜୀଉ ଶାଖାର ଶାଖା ପରିଚାଳକ ସନ୍ତୋଷ କୁମାର ପଲାଇ ଫିତା କାଟି ଉଦଘାଟନ କରିଥିଲେ ।  ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କଂସାର ଗ୍ରାମପଂଚାୟତର ସରପଂଚ ସରୋଜିନୀ ନାୟକ ପୈାରହିତ୍ୟ କରିଥିବା ବେଳେ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ଶ୍ରୀବଳଦେବଜୀଉ ଶାଖାର ପରିଚାଳକ ସନ୍ତୋଷ ପଲାଇ, ଆତିଥି ଟେକ୍ର ପରିଚାଳକ ଜୟଦେବ ବିଶ୍ୱାଳ, ଓ ସିଇଓ ପ୍ରକାଶ ପ୍ରଭୁ, ପଂଚାୟତ ନିର୍ବାହୀ ଅଧିକାରୀ ମାନସ କୁମାର ଜେନା, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଶୁଭ୍ରଜିତ ରାଉତ, ଜିଆରଏସ ଦିଲ୍ଲିପ ପତି, ନୂତନ ଶାଖାର ଷ୍ଟାଫ ସତ୍ୟଜିତ ଜେନା, ମନୋଜ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିକନ୍ଦ ପଣ୍ଡା, ସାଗର ଜେନା, ଗଜେନ୍ଦ୍ର ପରିଡା, ଇଶ୍ୱର ଚନ୍ଦ୍ର ଜେନା, ଗଣେଶ୍ୱର ନାୟକ, ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ୧୨ଜଣ ସିଆରପି ଓ ୧୨୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *