ସଶ୍ମିତା ପଣ୍ଡା ଜିଲା ମହିଳା କଂଗ୍ରେସ ସଭାପତି ନିଯୁକ୍ତ

କେନ୍ଦ୍ରାପଡ଼ା,୨୧/୫/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବାଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲା ମହିଳା କଂଗ୍ରେସ ସଭାପତି ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ଓରସକା ଗ୍ରାମର ରଜନୀକାନ୍ତ ସାମଲଙ୍କ ପତ୍ନୀ ସଶ୍ମିତା ପଣ୍ଡାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହୀନିପତୀ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ଜିଲାରେ ମହିଳା କଂଗ୍ରେସକୁ ସୁସଂଗଠିତ କରିବା ସହିତ ଶକ୍ତିଶାଳୀ କରିବାକୁ ଶ୍ରୀମତୀ ପଣ୍ଡାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପଣ୍ଡା ପୂର୍ବରୁ କଂଗ୍ରେସ ଦଳର ଜିଲା ପରିଷଦ ପ୍ରାର୍ଥୀ ଭାବେ ୬ନମ୍ବର ଜୋନରୁ ଗତ ୨୦୨୨ମସିହାରେ ପ୍ରତିଦ୍ୱନ୍ଦୀତା କରିଥିଲେ । ଶ୍ରୀମତୀ ପଣ୍ଡାଙ୍କ ଏହି ନିଯୁକ୍ତିକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ପଣ୍ଡା ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହୀନିପତୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ତଥା ମହାକାଳପଡା ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀ, କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ, କଂଗ୍ରେସ ଦଳର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଡ. ସିପ୍ରା ମଲ୍ଲିକ, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ଆଳି ବିଧାୟକ ପ୍ରାର୍ଥୀ ଡା. ଦେବସ୍ମିତା ଶର୍ମା, ପାଟକୁରା ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ମାନସ ମଲ୍ଲିକ, ଜିଲା କଂଗ୍ରେସ ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *