ମାନସିକ ଅନାଗ୍ରସର ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ 

ଭୁବନ,୨୧/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ନୂଆଜିରାଳ ଗ୍ରାମର ଜୈନକା ମାନସିକ ଅନଗ୍ରସର ମହିଳାଙ୍କ ସୋମବାର ଦିନ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି କ୍ଷ ସୂଚନା ଯୋଗ୍ୟ ଯେ ନୂଆଜିରାଳ ଗ୍ରାମର ସୁମିତ୍ରା ସେନ (୭୦ ) ନିଜ ଘରେ ଦିନ ୨ଟା ସମୟରେ ଶୋଇଥିବା ବେଳେ ପ୍ରବଳ ଗୁଳୁଗୁଳି ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ । ସେ ଅଚେତ ହୋଇପଡ଼ିଥିବା ଦେଖି  ଘରଲୋକ  ଇଟା ପ୍ଲାଣ୍ଟରେ କାମ କରୁଥିବା ତାଙ୍କ ଭାଇ ହାଡିବନ୍ଧୁ ସେନଙ୍କୁ ଖବର ଦେଇଥିଲେ । ସେ ଘରେ ପହଁଞ୍ଚି ଦେଖିଲା ବେଳକୁ ସୁମିତ୍ରା ଆରପାରିକୁ ଚାଲିଯାଇଥିଲା । ମୃତା ସୁମିତ୍ରା ମାନସିକ ଅନଗ୍ରସର ହୋଇଥିବାରୁ ଭାଇ ହାଡିବନ୍ଧୁ ସେନଙ୍କ ପାଖରେ ରହି ଆସୁଥିଲେ ।

 

Leave a Reply

Your email address will not be published. Required fields are marked *