ପୋଲିସର ନିଷ୍କ୍ରିୟତା କାରଣରୁ କିଶନନଗର ଥାନା ଅଞ୍ଚଳରେ ରାଜନୈତିକ ହିଂସାକାଣ୍ଡ ଘଟୁଥିବା ଅଭିଯୋଗ 

କଟକ ସଦର , ୨୯/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ କିଶନନଗର ପୋଲିସର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ଏକପାଖିଆ ସମର୍ଥନକୁ ନେଇ ଏଵେ ଗୋଟିକ ପରେ ଗୋଟିଏ ହିଂସାକାଣ୍ଡ ଘଟି ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପଟେ ରାଜ୍ୟରେ ସରକାର ପରିବର୍ତନ ହେବା ସହ କଟକ ସଦରରେ ପରିବର୍ତନ ହୋଇ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି। ଯାହା ଫଳରେ ବିଜେଡ଼ି କୁ ଏକପାଖିଆ ସମର୍ଥନ ଦେଉଥିବା ପୋଲିସ କୁ ବିଜେପି କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କିଶନନଗର ପୋଲିସ ଜାଣିନଥିଲା ଯେ କିଶନନଗରର ଯୁବ ସଂଗଠକ ପ୍ରକାଶ ସେଠୀ ନିର୍ବାଚନରେ ଜିତିଯିଵେ ବୋଲି। ପୂର୍ବରୁ ବର୍ତମାନର ବିଧାୟକ ପ୍ରକାଶଙ୍କୁ କିଶନନଗର ପୋଲିସ ରାଜନୈତିକ ଚାପରେ ହେଉ କିମ୍ଵା ନିଜର ସ୍ଥିତି ଜାହିର ପାଇଁ ହେଉ ଉଦେଶ୍ୟମୂଳକ ଭାବେ ହଇରାଣ ହରକତ କରିଥିବା ଅନେକ ଅଭିଯୋଗ, ପ୍ରତିବାଦ, ଧାରଣା, ଥାନା ଘେରାଉ ପ୍ରଭୃତି ହୋଇଥିଲେ ମଧ୍ୟ ତାହାର କୈ। ଣସି ପ୍ରଭାବ ପଡିନଥିବା ଜଣାପଡିଛି। ଯାହାଫଳରେ ଏଵେ ଥାନା ଅଞ୍ଚଳରେ ଅରାଜକତା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି। ଗତ ୨୩ ତାରିଖ ରେ ଵାରଦା ପଞ୍ଚାୟତରେ ହଣାକଟା ରେ ବିଜେପି ଓ ବିଜେପି ସମର୍ଥକ ଆହତ ହୋଇଥିବା ଦୁଇଟି ଅଭିଯୋଗ ହୋଇଥିବା ବେଳେ ପୋଲିସ କେବଳ ମାମଲା ରୁଜୁ କରି ହାତଵାନ୍ଧି ଵସିରହିଛି। ଏଥିପାଇଁ ଗତକାଲି ଶୁକ୍ରବାର ରାତିରେ ସେହିପରି ମାଣପୁର ପଞ୍ଚାୟତର ଦୁଇ ଗୋଷ୍ଠୀ ମଧ୍ୟରେ କିଶନନଗର ବିଶ୍ୱାଳପଡା ଛକରେ ମାରପିଟ୍ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଗୋଷ୍ଠୀର ତିନି ଜଣଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୋଲିସ ଯଦି ଉକ୍ତ ସମ୍ବେଦନଶୀଳ ଘଟଣା ଉପରେ ତୀକ୍ଷ୍ମ ଦୃଷ୍ଟି ନଦିଏ ତେବେ ରାଜନୈତିକ ହିଂସାକାଣ୍ଡ ବଢିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ଗତ ୨୫ ତାରିଖ ରେ ‘ ଓଡ଼ିଶା ସମାଚାର ‘ ରେ ଖଵର ପ୍ରକାଶ ପାଇଥିଲା। ହେଲେ ପୋଲିସ ନିରବଦ୍ରଷ୍ଟା ସାଜିବା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି କଟକ ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *