ସାମ୍ବାଦିକଙ୍କ ଭାତୃ ବିୟୋଗ

କେନ୍ଦ୍ରାପଡ଼ା,୨୮/୦୧/୨୦୨୪ (ଓଡ଼ିଶା ସମାଚାର)-ଜନ୍ମରୁ ମାନସିକ ଭିନ୍ନକ୍ଷମ ଥିବା ଅନିଲ ମହାପାତ୍ର ଯୁବ ସାମ୍ବାଦିକ ସୁନିଲ ମହାପାତ୍ରଙ୍କ ଜ୍ୟେଷ୍ଟ ଭ୍ରାତାଙ୍କର କେନ୍ଦ୍ରାପଡା ସହରସ୍ଥିତ ମନକରପୁର ବାସଭବନରେ ଆଜି ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି । ତାଙ୍କ ମର ଶରୀରକୁ ଜନ୍ମମାଟି ମହାକାଳପଡା ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଶାସନକୁ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ଦାଦାପୁଅ ଭାଇ ସତ୍ୟବ୍ରତ ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମର ଶରୀର ନିକଟରେ ବାପା ରବିନ୍ଦ୍ର ମହାପାତ୍ର, ବୋଉ କୁଞ୍ଜଲତା, ସାନବୋଉ ଶୋଭାରାଣୀ, ବଡନାନୀ ସଶ୍ମିତା,ବିସ୍ମିତା, ଅନିତା, ଅଜିତା, ସାନ ଭାଇସୁବ୍ରତ, ସତ୍ୟବ୍ରତ, ସୁନିଲ, ପ୍ରିୟବ୍ରତ, ସ୍ମୃତିରେଖା, ଶ୍ରେୟାଂଶୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଂଗ୍ରେସ ନେତା ଫକିର ଚରଣ ଖଟୁଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମନକରପୁରସ୍ଥିତ ବାସଭବନରେ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *