ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଂଚ ସହ ଜିଲା ପ୍ରଶାସନ ବୈଠକ ଅନୁଷ୍ଠିତ ।

ଯାଜପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଂଚ, ଗୋବରଘାଟି, ଯାଜପୁର କର୍ମକର୍ତା ମାନଙ୍କ ସହ ଜିଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଶ୍ରୀ ଲେଙ୍କଶ୍ୱର ଅମାତ, ନୀଳାଚଳ ଇସ୍ପାତ ନିଗମ, ଜିନ୍ଦଲ ଓ ଟାଟା ଷ୍ଟିଲ ଏବଂ ବିସ୍ଥାପିତ ମଂଚର ଆବାହକ ମଣ୍ଡଳୀ କର୍ମକର୍ତା ରବିନ୍ଦ୍ର ନାଥ ଜାରିକା, ସୁରେଶ କୁମାର ହାଇବ୍ରୁ, ଶନି ସଏ ମାନଙ୍କ ସହ ଜିଲାପାଳ ଶ୍ରୀ କଲ୍ୟାଣ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ ସେମାନଙ୍କର ବିଭିନ୍ନ ଦାବି ସମ୍ୱନ୍ଧରେ ଆଲୋଚନା କରିଥିଲେ ।
ସୁବିସ୍ତୃତ ଆଲୋଚନା ପରେ କମ୍ପାନୀ କର୍ତୃପକ୍ଷ ସେମାନଙ୍କ ପ୍ରାସଙ୍ଗିକ ଦାବି ଗୁଡିକୁ ବିସ୍ଥାପିତ ମଂଚ କର୍ମକର୍ତାଙ୍କ ସହ ଆସନ୍ତା ୧୩ ତାରିଖ ଦିନ ବୈଠକ ଡକାଇ ନିର୍ଯ୍ୟାସ ରିପୋର୍ଟ କଳିଂଗନଗର ପ୍ରଶାସନ ଓ ଜିଲା ପ୍ରଶାସନକୁ ପ୍ରଦାନ କରିବାକୁ ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ସଂପୃକ୍ତ କମ୍ପାନୀ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିସ୍ଥାପିତ ମଂଚର ସଭ୍ୟ, ସଭ୍ୟା ଏବଂ ଗୋବରଘାଟି ବାସିନ୍ଦା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *