ଉତ୍କଳ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲ ଦ୍ୱାରା ମିଳିତ ସହଯୋଗରେ ଓଡ଼ିଶାରେ ସଫଳତାର ସହ ପ୍ରଥମ କ୍ୟାଡେଭେରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ରୋଗୀ ସୁସ୍ଥ ହୋଇ ଘରକୁ ଗଲେ

ଭୁବନେଶ୍ୱର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଭୁନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ସୁପର ମଲ୍ଟି  speciality ଉତ୍କଳ ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ର ମିଳିତ ସହଯୋଗରେ ଓଡିଶାରେ ପ୍ରଥମ ଥର ପାଇଁ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣ କରି ଏକ ପ୍ରାରମ୍ଭିକ ଭିତ୍ତିଭୂମି ସୃଷ୍ଟି କରିଥିଲା।  ୧୭ ଏପ୍ରିଲ  ୨୦୨୪ ରେ ଐତିହାସିକ ଅସ୍ତ୍ରୋପଚାର ଦ୍ୱାରା ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିଲା ଯାହାକି ଏହି ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ନତ ଯକୃତ ପ୍ରତିରୋପଣ କ୍ଷେତ୍ରରେ ପ୍ରକ୍ରିୟା ସଫଳତାର ସହିତ ଆଣିପାରିଛି ।

ଉଚ୍ଚ କୁଶଳୀ ଡାକ୍ତର ମାନଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାରକୁ ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ ଏବଂ ଡକ୍ଟର୍ ସଲିଲ କୁମାର ପରିଡ଼ା ବରିଷ୍ଠ ପରାମର୍ଶଦାତା ଏଚପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଉତ୍କଳ  ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡକ୍ଟର ପି ବାଲଚନ୍ଦ୍ରନ୍ ମେନନ୍ , ଡକ୍ଟର୍ ଶକ୍ତି ସ୍ୱରୂପ ଏବଂ ଅନ୍ୟାନ ଡାକ୍ତରୀ ଦଳଙ୍କ ଲିଭର ସିରୋସିସ୍ ରୋଗରେ ପୀଡିତ ସୋନପୁରର ୪୧ ବର୍ଷିୟ ଶରତ ପ୍ରଧାନ ଏହି ଟ୍ରାନ୍ସପ୍ଲାଣ୍ଟ କରିଥିଲେ ଏବଂ ପୁନରୁଦ୍ଧାର ଦିଗରେ ତାଙ୍କର ଚିକିତ୍ସା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

ଏହି ସଫଳତାକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ହସ୍ପିଟାଲର ସିଇଓ ଡ଼ ଆଶିଷ ଚନ୍ଦ୍ରl ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉତ୍କଳ ହସ୍ପିଟାଲର ଚିକିତ୍ସା ସେବା ନିର୍ଦ୍ଦେଶକ ଡକ୍ଟର ଆର କେ ମହାପାତ୍ର; ଏଚପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗର ବରିଷ୍ଠ  ଡ ସତ୍ୟପ୍ରକାଶ ରାୟ ଚୌଧୁରୀ  ଏବଂ ଡ ସଲିଲ ପରିଡା; ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ବରିଷ୍ଠ ପରାମର୍ଶଦାତା ଡ ବିଜୟ କୁମାର ମିଶ୍ର; ଏଆଇଜି ହସ୍ପିଟାଲ, ହାଇଦ୍ରାବାଦର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡ ପି. ବାଲଚନ୍ବ୍ରନ୍ ମେନନ୍ ଏବଂ ଏଆଇଜି ହସ୍ପିଟାଲ ହାଇଦ୍ରାବାଦର ଉପସଭାପତି ଶ୍ରୀ ସନ୍ତୋଷ କୁମାର ସlହୁ ଏହି ଅବସରରେ ଉପସ୍ଥିତ ଥିଲେ l

ଡକ୍ଟର ଆଶିଷ ଚନ୍ଦ୍ରl ତାଙ୍କ ବକ୍ତବ୍ୟରେ ମିଳିତ ପ୍ରୟାସରେ ଗର୍ବ ବ୍ୟକ୍ତ କରିଛନ୍ତି ଯାହା ଦ୍ୱାରା ପ୍ରଥମ କ୍ୟାଡେଭେରିକ୍ ଲିଭର ପ୍ରତିରୋପଣ ସଫଳ ହୋଇପାରିଛି ଏବଂ ଓଡ଼ିଶାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ପାଇଁ ଉତ୍କଳ ହସ୍ପିଟାଲର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ ଏହି ମାଇଲଖୁଣ୍ଟର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହି ସଫଳତା ଡାକ୍ତରୀ ଉତ୍କର୍ଷର ସୀମାକୁ ଆହୁରି ବୃଦ୍ଧି କରାଇବା ପାଇଁ ଆମର ଉତ୍ସର୍ଗୀକୃତତାକୁ ଦର୍ଶାଉଛି ଏବଂ ଆମର ରୋଗୀଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ମିଶନକୁ ଦର୍ଶାଉଛି।

ଡକ୍ଟର ପି ବାଲକ୍ରିଷ୍ଣନ୍ ମେନନ୍ ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ଏବଂ ଏଆଇଜି ହସ୍ପିଟାଲ୍ ହାଇଦ୍ରାବାଦ ମଧ୍ୟରେ ନିରନ୍ତର ସହଯୋଗକୁ ପ୍ରଶଂସା କରି କହିଛନ୍ତି ଯେ ଏହି ଅସ୍ତ୍ରୋପଚାରର ସଫଳ ଫଳାଫଳ ଆମର ଡାକ୍ତରୀ ଦଳର ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରିଥାଏ ଏବଂ ନୂତନତ୍ୱ ଏବଂ ସହଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ଅଗ୍ରଗତି କରିବା ପାଇଁ ଆମର ସହଭାଗୀ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ।

ଉତ୍କଳ ହସ୍ପିଟାଲରେ ସଫଳ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣ ଓଡିଶାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀରେ ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ଚିହ୍ନିତ କରିଛି ଏବଂ ରୋଗୀ ସେବା ଏବଂ ଚିକିତ୍ସା ଉତ୍କର୍ଷ ପାଇଁ ତାର ନିରନ୍ତର ଉତ୍ସର୍ଗର ପ୍ରମାଣ ଦେଇପାରିଛି ।

ଶ୍ରୀ ସନ୍ତୋଷ କୁମାର ସାହୁ ଉତ୍କଳ ହସ୍ପିଟାଲ୍ ଏବଂ ଏଆଇଜି ହସପିଟାଲକୁ ଓଡ଼ିଶା ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *