ବିଦାୟ କାଳୀନ  ସମ୍ବର୍ଦ୍ଧନା ସଭା ।

ନିରାକାରପୁର,୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଜଙ୍କିଆର କର୍ମଚାରୀ ଅଲେଖ ବିଶ୍ୱାଳଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସର୍ମିଳା ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍କିଆ ଗ୍ରାମପଂଚାୟତ ସରପଂଚ ପଙ୍କଜିନୀ ବଳବନ୍ତରାୟ,ସମିତି ସଭ୍ୟ ଇଶ୍ୱର ଚନ୍ଦ୍ର ମାର୍ଥା,ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀପ୍ରସାଦ ସାହୁ,ହିମାଶୁଂ ଶେଖର ମହାପାତ୍ର,ବସନ୍ତ କୁମାର ସ୍ୱାଇଁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର କୁମାର ରାଉତରାୟ ମୋସ୍କୁଲୁ ସଭାପତି ବିଶ୍ୱଭୂଷଣ ଛୋଟରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ବିଶ୍ୱାଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ତା ୧।୯।୧୯୮୨ ମସିହାରେ ନିଜର କର୍ମମୟ ଚାକିରୀ ଜୀବନ ଭଗବତଦେବ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ କରିଥିବା ବେଳେ ତା୧।୫।୨୪ ତାରିଖରେ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୪୨ବର୍ଷ ମଧ୍ୟରେ ବିଦ୍ୟାଳୟରେ ନିରବଚ୍ଛିନ୍ନ ସେବା ଯୋଗାଇବା ସହିତ ଛାତ୍ରାଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ।ସଦାବେଳେ ନିଜର କର୍ମକୁ ଗୁରୁତ୍ୱ ଦେବା ସହିତ ସମୟନୁବର୍ତିତା ସଦାସର୍ବାଦା ଗୁରୁତ୍ୱ ବହନ କରୁଥିଲେ । ତାଙ୍କ ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ସମସ୍ତଙ୍କୁ ଦୁଃଖ ଦେଇଥିବା କମିଟିର ସଭ୍ୟମାନେ ମତଦେଇଥିଲେ ।ଏହି ଅବସରରେ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ତାଙ୍କ ଅବଶିଷ୍ଠ ଜୀବନ ନିରୋଗ ରହୁ ବୋଲି ସହପାଠୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ  ମାନେ ଠାକୁରଙ୍କ ନିକଟରେ  ପାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗାଡିଆ ଗ୍ରାମର ବୟଜେଷ୍ଠ ବ୍ୟକ୍ତି ସୁରେନ୍ଦ୍ରନାଥ ଜେନା,କ୍ଷତିଶ୍ ଚନ୍ଦ୍ର ରାଉତରାୟ,ଦିଲ୍ଲୀପ ଶ୍ରୀଚନ୍ଦନ,ଅଭିମନୁ୍ୟ ବାରିକ୍ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ମୋ ସ୍କୁଲ ଅଭିଯାନର ସମସ୍ତ ସଭ୍ୟସଭ୍ୟା ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପୁରାତନ ଛାତ୍ର କମଳେସ ମହାରଣା ମଂଚ ସଂଚାଳନ କରିଥିବା ବେଳେ ଶିକ୍ଷକ ମନମଥ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *