ଅର୍ଥ ଆତ୍ମସାତ ମାମଲାରେ ହୋମଗାର୍ଡ ସଂଘର ପୂର୍ବତନ ସଭାପତି ଗିରଫ

କଟକ,୨୫/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ରାଜ୍ୟ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ଵରୀ ରାମଚନ୍ଦ୍ରପୁର ଥାନା ,ଅଟିରା, ପଞ୍ଚାୟତ ଓଡ଼ପଡ଼ା ଗ୍ରାମର ରଞ୍ଜନ ମଲିକଙ୍କୁ କଟକ ମଧୁପାଟଣା ଥାନା ପୋଲିସ୍ ଗତ କାଲି ବରୀ ପୋଲିସ ସହାୟତାରେ ତାଙ୍କ ଘରୁ ଉଠାଇ ଆଣିଥିଲା। ରଞ୍ଜନ ମଲିକ ସଭାପତି ଥିବା ସମୟରେ ସଂଘର ଅର୍ଥ ଆତ୍ମସାତ କରିଥିବା ନେଇ ମହାସଂଘ କର୍ମକର୍ତ୍ତାମାନେ ତାଙ୍କ ବିରୁଦ୍ଧରେ ମଧୁପାଟଣା ଥାନାରେ ଏତଲା ଦାଏର କରିଥିଲେ। ମଧୁପାଟଣା ପୋଲିସ ଘଟଣାର ତଦନ୍ତ ଚଳାଇ ଘଟଣାର ସତ୍ୟତା ଥିବା ଜଣାପଡିବା ପରେ ରଞ୍ଜନ ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *