ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

ଜଗତସିଂହପୁର, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜିପୂର୍ବାହ୍ନ ରେ ଜିଲ୍ଲା ପରିଷଦ ର ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ସାଧାରଣ ବୈଠକ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଓ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକଙ୍କ ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭ ରେ ଶ୍ରୀ ଭୋଇ ଉପସ୍ଥିତ ମାନ୍ୟବର ସାଂସଦ, ସମସ୍ତ ବିଧାୟକ ,ଜିଲ୍ଲାପାଳ ,ଜିଲ୍ଲା ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ର ସଦସ୍ୟ ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସ୍ଵାଗତ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ସମସ୍ତଙ୍କୁ ନବ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେମାନଙ୍କ ବିଭାଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା  କରିବା ପାଇଁ  ଆଦେଶ ଦେଇଥିଲେ। ପ୍ରଥମେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ପୂର୍ବ ବୈଠକର ବିବରଣୀକ ପାଠ କରିଥିଲେ ଏବଂ ଏହାର ଦୃଢ଼ୀକରଣ କରା ଯାଇଥିଲା ।ଏହି ବୈଠକରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ବିଭାଗ ରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସଫଳତା ର ଭିଡିଓ ପ୍ରଦର୍ଶନ, ପି ଆର୍ ଆଇ ସଦସ୍ୟ ମାନଙ୍କ ହ୍ଵାଟ୍ସଆପ  ଗ୍ରୁପ କରି ଯୋଜନା ସମ୍ପର୍କରେ ସୂଚନା ଦେବାପାଇଁ କହିଥିଲେ।ଜିଲ୍ଲା ପରିଷଦ ର ସମସ୍ତ ଷ୍ଟାଣ୍ଡିଂ କମିଟି ର ସଭାପତି ଓ ସଦସ୍ୟ ମାନଙ୍କୁ ବିଡିଓ ମାନଙ୍କ ସହ ସହଯୋଗରେ ଯୋଜନା ଗୁଡିକ ର ତଦାରଖ କରିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା ।ବିଦ୍ୟାଳୟ ଗୁଡିକରେ ମହାବାତ୍ୟା ସମୟରେ ଗଢ଼ାଯାଇଥିବା ଆଶ୍ରୟ ସ୍ଥଳ ଗୁଡିକ ମଧ୍ୟରୁ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଗୃହ ଗୁଡିକ ର ପୁନରୁଦ୍ଧାର କରାଯାଇ ପାରିଲେ ବିଦ୍ୟାଳୟ ପରିସରରେ ଜାଗା ସମସ୍ୟା କୁ ଦୂର କରାଯାଇପାରିବ ବୋଲି ଶ୍ରୀ ମୁଦୁଲି କହିଥିଲେ। ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂଯୋଜିତ ବିଭିନ୍ନ ଯୋଜନା ଗୁଡିକ ର ତ୍ୱରାନ୍ୱିତ କାର୍ଯ୍ୟକାରୀତା ଉପରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗରେ ସମସ୍ୟା ଗୁଡ଼ିକର ସମାଧାନ ସମ୍ଭବ ବୋଲି କହିଥିଲେ।ବୈଠକରେ ଯୋଗଦେଇ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ବାଲିକୁଦା-ଏରସମା  ଆମ ଓଡିଶା, ନବୀନ ଓଡିଶା  କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଭିତ୍ତି ଭୂମି ନିର୍ମାଣ ଓ ବିକାଶ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ଓ ବିଦ୍ୟାଳୟର ଆବଶ୍ୟକତା ଅନୁସାରେ ଅଗ୍ରାଧିକାର ଦେବାପାଇଁ ପରାମର୍ଶ ଦେଇଥିଲେ।ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ ବୈଠକରେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପାରୁଲ ପଟାୱରି ଜିଲ୍ଲା ଅଧିକାରୀ ମାନଙ୍କୁ ସେମାନଙ୍କ ବିଭାଗର ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ଚୟନ ସମୟରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ସାମିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ରେ କୌଣସି ଭଗ୍ନ ଗୃହ ରେ ଛାତ୍ରଛାତ୍ରୀ ମାନେ ବସିବେ ନାହିଁ ଏବଂ ଏଥିପାଇଁ ଅନୁପଯୋଗୀ କୋଠା ଗୁଡିକୁ ବିପଦ ସଙ୍କୁଳ ଘୋଷଣା କରି  ନୂତନ ଗୃହ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସେ ଆର୍ ଆଣ୍ଡ ବି, ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।କୃଷି ଅଧିକାରୀ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରେ କାର୍ଯ୍ୟକାରୀ ସମନ୍ଵିତ ଚାଷ,ମିଲେଟ ମିଶନ ଅନ୍ତର୍ଗତ ବିରିଡି ବ୍ଲକର 58 ହେକ୍ଟର ଚାଷ, ମୃତ୍ତିକା ପରୀକ୍ଷା, ଗ୍ରୀନ ମ୍ୟାନୁରିଂ,କ୍ରପ ଇନସ୍ୟୁରାନ୍ସ, କାଳିଆ ଯୋଜନା ଆଦି ସମ୍ଵନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।ପରେ ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିଲ୍ଲା ରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ଯୋଜନା ଗୁଡିକ ସମ୍ପର୍କରେ ଆଲୋଚନା କରି ଥିଲେ। ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ଯାଣ ଯୋଜନା ଅନ୍ତର୍ଗତ ମତ୍ସ୍ୟ ପୋଖରୀ, ବାୟୋ ଫ୍ଲକ ମାଛ ଚାଷ ରେ 82 ଜଣହିତାଧିକାରୀଙ୍କ ସଫଳତା,ମତ୍ସ୍ୟଜୀବୀ ପରିବାର ର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ବିଷୟ ରେ ଆଲୋଚନା ହୋଇଥିଲା।ଜିଲ୍ଲା ର 253 ଟି ବିଦ୍ୟାଳୟ ର 5T ରୂପାନ୍ତରିକରଣ ହୋଇଥିବାର ସୂଚନା ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଫିଜିଓଥେରାପି ସେଣ୍ଟର ର କାର୍ଯକାରିତା କୁ ତଦାରଖ କରିବା , ଡାକ୍ତର ଙ୍କ କ୍ଵାର୍ଟର ଗୁଡିକର ପୁନରୁଦ୍ଧାର, ଜିଲ୍ଲା ରେ ଡାକ୍ତର ନିଯୁକ୍ତି ଉପରେ ଆଲୋଚନା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ସଂଖ୍ୟା ସନ୍ତୋଷଜନକ ଥିବା ସୂଚନା ଦେଇଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ ନିରାମୟ ଓ ନିଦାନ କେନ୍ଦ୍ର ରୁ  ସୁଲଭ ମୂଲ୍ୟରେ ଔଷଧ ମାଗଣାରେ ଯୋଗାଣ ହେଉଥିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସି ଡି ଏମ୍ ଓ ସୂଚନା ଦେଇଥିଲେ। ବିଭିନ୍ନ ବ୍ଲକ୍ ରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ମରାମତି ଓ ବାଉଣ୍ଡାରୀ ୱାଲ୍ ନିର୍ମାଣ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।ବାଲିକୁଦା ଏରସମା ର ମେଗା ପାନୀୟ ଜଳପ୍ରକଳ୍ପ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ ହେବଦ୍ୱାରା 120 ଟି ଗ୍ରାମ ରେ ହର ଘର ଜଳ ଯୋଜନା ରେବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବ ବୋଲି   ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି ମଧ୍ୟ ବୈଠକରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ କାର୍ଯ୍ୟ ସୂଚୀ ଅନୁସାରେ ବୈଠକର ପରିଚାଳନା କରିଥିଲେ। ଏହି ବୈଠକରେ ଜଳସେଚନ ବିଭାଗ, ଉଠା ଜଳସେଚନ, ଡ୍ରେନେଜ, ମହାନଦୀ ଦକ୍ଷିଣ ବିଭାଜନ, , କୃଷି, ଉଦ୍ୟାନ କୃଷି, ପ୍ରାଣୀ ଚିକିତ୍ସା, ମତ୍ସ୍ୟ, ସାଧାରଣ ବଣ୍ଟନ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ , ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପୂର୍ତ୍ତ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ସମବାୟ, ଶ୍ରମ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକାରୀ ଯୋଜନା ଗୁଡିକ ର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ପରେ ପରେ ଜିଲ୍ଲା ଉନ୍ନୟନ, ସମନ୍ଵୟ ଓ ପରିଚାଳନା କମିଟି (ଦିଶା) ବୈଠକ  ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରକଳ୍ପ ରେ ଅଧୁରା ରହିଯାଇଥିବା କାର୍ଯ୍ୟ କୁ ସମସ୍ତଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ ସାଂସଦ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମୃତ୍ତିକା ହେଲଥ କାର୍ଡ, ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ,ଜାତୀୟ ଖାଦ୍ୟ ସୁରକ୍ଷା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ସମାଜିକ ସୁରକ୍ଷା ର ସମସ୍ତ କାର୍ଯ୍ୟକ୍ରମ, ସମନ୍ଵିତ ଶିଶୁ ବିକାଶ ଯୋଜନା, ସ୍ଵଚ୍ଛ ଭାରତ ମିଶନ,ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ, ଦୀନ ଦୟାଲ ଅନ୍ତୋଦୟ ଯୋଜନା, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସର୍ବ ଶିକ୍ଷା ଅଭିଯାନ,ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଏମପ୍ଲୟମେଣ୍ଟ ଜେନେରେସନ ପ୍ରୋଗ୍ରାମ,ଜାତୀୟ ରାଜପଥ  ,ଟେଲିକମ, ଡ୍ରେନେଜ  ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଲିକୁଦା ଏରସମା ର ବିଧାୟକ ଶ୍ରୀ ରଘୁନନ୍ଦନଦାସ ପ୍ରଧାନ ମନ୍ତ୍ରୀ ଗ୍ରାମସଡ଼କ ଯୋଜନାର ରାସ୍ତା କାମ କୁ ଉନ୍ନତ ମାନର କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ପରାମର୍ଶ ଦେଇଥିଲେ।ଏହି ବୈଠକ ରେ ସାଂସଦ, ବିଧାୟକ, ସଭାପତି ଜିଲ୍ଲାପରିଷଦ, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ପାରାଦ୍ୱୀପ ଓ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *