ଦୁଇ ଶହ ରୁ ଊର୍ଦ୍ଧ୍ବ ଯୁବ ଛାତ୍ର ବିଜେଡ଼ି ରେ ସାମିଲ 

ଭୁବନ, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ସିଦ୍ଧ ରାମଚଣ୍ଡୀ ପୀଠ ପରିସରରେ ବିଜୁ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ନାରାୟଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଛାତ୍ର ସଂଗଠନର ସକ୍ରିୟ କର୍ମକର୍ତା ଲିଙ୍ଗରାଜ ସାହୁ, ସୌରଭ ରାଉତ,ଜଗବନ୍ଧୁ ସାହୁ ଙ୍କ ସମେତ ସିଲୁ ନାୟକ, ସିକୁନ ମହାରଣା,ଜ୍ଞାନ ରଞ୍ଜନ ସାହୁ,ସଚିନ ପୃଷ୍ଟି,ଜଗନ୍ ନାୟକ, ରୀଙ୍କୁ ସାହୁ, ଧପା ରାଉତ, ଗେମଣ ଜେନା, ବଳରାମ ସାହୁ, ସୌଭାଗ୍ୟ ବାରିକ,ସିପୁ ଦାସ,ରାକେଶ,ଲକି, ପିନୁଆ, ଚିକୁନ ଏବଂ ନୂତନ ଭାବେ ଭୋଟର ହୋଇଥିବା ୪୦ ଜଣ ଯୁବକ ଙ୍କ ସମେତ ସମୁଦାୟ ୨୦୦ ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ବିଜେଡ଼ି ରେ ସାମିଲ ହୋଇଥିଲେ ।

କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ପୁଷ୍ପଗୁଛ ,ଉତ୍ତରୀୟ ପ୍ରଦାନ କରି ସମସ୍ତ ଙ୍କୁ ସ୍ଵାଗତ କରିଥିଲେ । ଆଗାମୀ ୧୦ ବର୍ଷ ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଯୁବକ ମାନେ ହିଁ ଦେଶର ଅସଲ ପୁଞ୍ଜି ,ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ବୋଲି କହିଥିଲେ । ଯୁବକ ମାନଙ୍କ ଦ୍ଵାରା ଭୁବନର ବିକାଶ ତ୍ୱରାନ୍ୱିତ ହେବ ବୋଲି  ନଗରପାଳ ଶୁଭେନ୍ଦୁ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧପା ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *