ଜିଲ୍ଲାପ୍ରଶାସନ ପକ୍ଷରୁ ମଧୁବାବୁ ଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଆରକ୍ଷୀ ନିରୀକ୍ଷକ, ଜଗତସିଂହପୁର ଥାନା ଗୋକୁଳ ରଞ୍ଜନ ଦାସ, ମୁଖ୍ୟ ସହାୟକ ପୌରପରିଷଦ ଦୀପକ ପଟ୍ଟନାୟକ ଯୋଗଦେଇ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥଲେ।

Leave a Reply

Your email address will not be published. Required fields are marked *