ଟ୍ରକ ଧକ୍କାରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ,  କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୋଳ, ୨୭/୦୪/୨୦୨୪ (ଓଡ଼ିଶା ସମାଚାର)- ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଛି। ମୃତକ  ମୂଷାପାପୁଲି ଗ୍ରାମର ଜଣେ ଯୁବକ  ଓ  ଅନ୍ୟ ୨ଜଣ ଡେରଜାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ହେଲେ କୃପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୧ ) ଓ ସୁବ୍ରତ ପ୍ରଧାନ (୧୭ )। ମିଳିଥିବା ସୂଚନା ମୁତାବକ, ୩ଜଣ ଏକ ବାଇକରେ ଗାଁରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ହେଲେ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ୩ଜଣ ରାସ୍ତାରେ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ । କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ସଫଳ ହୋଇପାରି ନାହିଁ। ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *