ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ  ଥିବା ତାଙ୍କ ପ୍ରତିମୂର୍ତ୍ତି ରେ  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଭୀମରାଓ ରାମଜୀ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୬ ଡିସେମ୍ବର ୧୯୫୬ ଇହଲୀଳା ସମ୍ବରଣ କରିଥିଲେ।ସେ ଏକାଧାରରେ ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ। ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ  ।

ଆଜି ତାଙ୍କର ପବିତ୍ର ତିରୋଧାନ ତିଥି ରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ପୌର ପରିଷଦ କର୍ମକର୍ତ୍ତା ଶ୍ରୀଯୁକ୍ତ ଦୀପକ ପଟ୍ଟନାୟକ ପ୍ରମୁଖ  ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *