ଯାଜପୁର ଜିଲା ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଦାୟିତ୍ୱ ସଂପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ତାଲିମ ଦିଆଗଲା ।

ଯାଜପୁର,୨୬/୦୪/୨୦୨୪ (ଓଡ଼ିଶା ସମାଚାର)-ଜିଲା ସଦର ମହକୁମାର ନୃସିଂହ ଚୈାଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲା ସାଧାରଣ ନିର୍ବାଚନ -୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଯାଜପୁର, ଦଶରଥପୁର, ବିଂଝାରପୁର ବ୍ଳ୍କ ଏବଂ ଯାଜପୁର ମୁନିସିପାଲିଟିରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୯ ଗୋଟି ପ୍ରଶସ୍ତ କକ୍ଷ ଓ ୨ ଗୋଟି ଗ୍ୟାଲେରୀ ମଧ୍ୟରେ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ତାଲିମ ପ୍ରଦାନ କରାଯାଇଅଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଧେଶରେ ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳ୍ିକ, ଶାଶ୍ୱତୀ ସାଡୁଆଳ ଏବଂ ନିର୍ବାହୀ ଅଧିକାରୀ, ପୈାର ପରିଷଦ, ଯାଜପୁର ଶ୍ରୀ ଅନିଲ କୁମାର ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ବିଡିଓ, ଦଶରଥପୁର ଶ୍ରୀ ଆକାଶ ପଟ୍ଟନାୟକ, ବିଡିଓ, ବିଂଝାରପୁର ଶ୍ରୀ ଦିବେନ୍ଦୁ କୁମାର ଦାସ, ଅତିରିକ୍ତ ବିଡିଓ, ବିଂଝାରପୁର ଶ୍ରୀ ଧୀରେନ୍ଦ୍ର କୁମାର ଦାସ, ବିଡିଓ, ଯାଜପୁର ଶ୍ରୀ ସ୍ୱାଗତ ଦାସ, ତହସିଲଦାର, ଦଶରଥପୁର, ଶ୍ରୀ ବିକ୍ରମ କିଶୋର ପରିଡା, ତହସିଲଦାର, ବିଂଝାରପୁର ଶ୍ରୀ କୈଳାସ ମହାଳିକ, ତହସିଲଦାର, ଯାଜପୁର ଅରବିନ୍ଦ ବେହେରା, ଅତିରିକ୍ତ ତହସିଲଦାର, ଶ୍ରୀ ରଶ୍ମି ରଂଜନ ମଲ୍ଳିକ, ବାବୁରାମ ମୁର୍ମୁ, ଅତିରିକ୍ତ ତହସିଲଦାର, ବିଂଝାରପୁର ଶ୍ରୀ ପ୍ରଦୀପ୍ତ କୁମାର ସେଠୀ, ଅତିରିକ୍ତ ତହସିଲଦାର, ଯାଜପୁର ଶ୍ରୀ ଅଜୟ କୁମାର ପଣ୍ଡା, ଏବିଡିଓ, ଦଶରଥପୁର ଶ୍ରୀ ତ୍ରିଲୋଚନ ସେଠୀ, ଅତିରିକ୍ତ କୋଷାାଗାର ଅଧିକାରୀ ଶ୍ରୀ ଦାମୋଦର ପଣ୍ଡା, ସହକାରୀ କୃଷି ଅଧିକାରୀ ଶ୍ରୀ ଜ୍ଞାନ ପ୍ରକାଶ ସାହୁ ଙ୍କ ସମେତ ସଂପୃକ୍ତ ବ୍ଳକର ଜିପିଇଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ବିଏସଏସଓ, ସହକାରୀ ଶିକ୍ଷକ, ସି.ଆର୍.ସି.ସି. ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ୧୧୧୬ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ଙ୍କୁ ରିପେଂ୍ରସର ଟ୍ରେନିଂ ଏବଂ ୭୦୩ ଜଣ ନୂତନ ଭାବେ ନିଯୁକ୍ତି ପାଇଥିବା ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ଙ୍କୁ ନେଇ ମୋଟ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ବୁଥ୍ କାର୍ଯ୍ୟ ସଂପାଦନ ନିମିତ ୨୫ ଜଣ ମାଷ୍ଟର ଟ୍ରେନର ଅଧିକାରୀ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ପ୍ରକି୍ରୟାରେ ନୂଆ କରି ନିଯୁକ୍ତି ପାଇଥିବା ୭୦୩ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଥିବା ବେଳେ ୧୧୧୬ ଜଣ କର୍ମଚାରୀଙ୍କୁ ରିଫ୍ରେସର ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତଦାନ ଦିବସ ଦିନ ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟ ଓ ଦାୟିତ୍ୱବୋଧତାର ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୋଟ କେନ୍ଦ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ମକ୍ ପୋଲ କରିବା, ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକର ବ୍ୟବହାର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ବୁଥ୍ ର ୧୦୦ ମିଟର ଚର୍ତୁପାଶ୍ୱର୍ରେ କୈାଣସି ପୋଷ୍ଟର ମାରିବା ତଥା ପ୍ରଚାରଜନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ମାଷ୍ଟର ଟ୍ରେନରମାନେ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ବୁଝାଇ ଥିଲେ । ବୁଥ୍ ର ମତଦାନ କକ୍ଷରେ ବାଲାଟ୍ ୟୁନିଟ୍ ରହୁଥିବା ସ୍ଥାନକୁ ବୁଥ୍ ନିମନ୍ତେ ନିଯୁକ୍ତି କର୍ମଚାରୀ, ଏଜେଣ୍ଟ ସମସ୍ତଙ୍କ ପାଇଁ ଗୋପନୀୟତା ବଜାୟ ରଖିବା ନିମନ୍ତେ ୩ ପାଶ୍ୱର୍ ଆବଦ୍ଧ କରିବା ଏବଂ ସେହି କକ୍ଷ ସଂଲଗ୍ନ ସମସ୍ତ ଝରକା, କବାଟ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ମତଦାନ ସରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରିଜାଇଡିଂ ଅପିଂସର ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ସମ୍ମୁଖରେ ସେହି ବୁଥ୍ର ଇ.ଭି.ଏମ୍. କୁ ସିଲ୍ କରିବା ଏବଂ ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକୁ ସିଲ୍ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ ବୁଥ୍ ର ଇ.ଭି.ଏମ୍. ଓ ଜଉମୁଦ ପଦାର୍ଥ ଗୁଡିକୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଏନ୍.ସି. କଲେଜ ପରିସରରେ ଆର୍.ଓ. ଙ୍କ ପ୍ରାପ୍ତି କାଉଣ୍ଟରରେ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ଧାଡି ବାନ୍ଧି ନିର୍ଭିକ ଓ ନିରପେକ୍ଷ ଭାବେ ଖୁସିରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ଆସନ୍ତା କାଲି ୨୭ ତାରିଖରେ ଧର୍ମଶାଳା, ବଡଚଣା ଓ ବରୀ ବ୍ଳକର ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯିବ । ସମସ୍ତ ପ୍ରିଜାଇଡିଂ ଓ ପୁଲିଂ ଅପିଂସରମାନେ ଟ୍ରେନିଂ ସମୟରେ ମକ୍ପୋଲ, ଇଭିଏମ୍ ସିଲିଂ ସହ ସମସ୍ତ କାର୍ଯ୍ୟ ସଂପର୍କରେ ଯଦି କୈାଣସି ପ୍ରଶ୍ନ ଥାଏ, ସେ ସଂପର୍କରେ ପଚାରି ସଠିକ ଭାବେ ଆସନ୍ତା କାଲି ତାଲିମ ଗ୍ରହଣ କରିବାକୁ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ନିର୍ଦ୍ଧେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *