ବିଶ୍ଵ ହେପାଟାଇଟିସ ଦିବସ ପାଳିତ

ଜଗତସିଂହପୁର,୨୯/୭/୨୦୨୪(ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ “ବିଶ୍ୱ ହେପାଟାଇଟିସ” ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ନର୍ସିଂ ଅଫିସର, ଷ୍ଟୁଡେଣ୍ଟ୍ ଓ ଷ୍ଟାଫମାନଙ୍କୁ ନେଇ ଡାକ୍ତରଖାନା ପରିସରରୁ ଟାଉନ ହଲ, ବଜ଼ାର ଦେଇ ସ୍ଲୋଗାନ ସହ ପଦକ୍ଷିଣ କରିଥିଲେ । ତା ସହିତ ଏକ ଡେ଼ଙ୍ଗୁ ,ମ୍ୟାଲେରିଆ, ଡାଇରିଆ ଓ ହେପାଟାଇଟିସ ସଚେତନତା ରଥ ଉଦଘାଟିତ ହୋଇ ଜଗତସିଂହପୁର ମୁନିସିପାଲିଟିର ୱାର୍ଡ ମାନଙ୍କରେ ସଚେତନତା ପ୍ରଚାର ନିମନ୍ତେ ପଠାଯାଇଥିଲା । ପ୍ରତିବର୍ଷ ଜୁଲାଇ ମାସ ୨୮ ତାରିଖରେ ଏହି ଦିବସ ପାଳିତ ହୋଇଆସୁଅଛି । ଏହି ଦିନ ଡାକ୍ତର ବରୁଚ ବ୍ଳମ୍ବର୍ଗଙ୍କ ଜନ୍ମ ଦିବସ, ଯିଏକି ୧୯୬୭ ମସିହାରେ ହେପାଟାଇଟିସ ବି ଭାଇରସ ଆବିଷ୍କାର କରିଥିଲେ ଏବଂ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଏହି ଦିବସ ପାଳନର ଉଦ୍ଦେଶ୍ୟ କେତେ ମୂଲ୍ୟବାନ ସେ ବିଷୟରେ ନିଜର ଅଭିଭାଷଣ ରଖିଥିଲେ। ଏ ବର୍ଷର ବାର୍ତ୍ତା ଥିଲା ; “ସମୟ ଆସିଛି କାମକରି ଦେଖାଇବାର” । ଏହି ରୋଗ ଲିଭରକୁ ଆକ୍ରାନ୍ତ କରେ । ପ୍ରତିବର୍ଷ ୨୮ ତାରିଖ ଜୁଲାଇ ମାସକୁ ବିଶ୍ୱସାରା ଏକାଠି ହୋଇ ହେପାଟାଇଟିସ ର ପ୍ରତିରୋଧ ନିମନ୍ତେ ଗୋଟିଏ ବାର୍ତ୍ତାରେ ସଚେତନତା ସୃଷ୍ଟି କରନ୍ତି । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଯୋଗଦେଇ କହିଲେ ରକ୍ତ ଓ ରକ୍ତଜଓତଦ୍ରବ୍ୟ ଦ୍ୱାରା ହେପାଟାଇଟିସ ବି ,ସି,ଡି ବ୍ୟାପିଥାଏ ଓ ହେପାଟାଇଟିସ ଏ ,ଇ ଦୂଷିତ ଖାଦ୍ୟ ଓ ଜଳଦ୍ୱାରା ବ୍ୟାପିଥାଏ । ହେପାଟାଇଟିସ ନିୟଂତ୍ରଣ ନିମନ୍ତେ ସରକାରୀ ସୁବିଧା ଓ ମାଗଣା ପରୀକ୍ଷା, ଚିକିତ୍ସା ବିଷୟରେ ଅବଗତ କରାଇଥିଲେ । ଏପିଡେ଼ମିଓଲୋଜିଷ୍ଟ ଡାକ୍ତର ସ୍ମୁତିରଞ୍ଜନ ପଣ୍ଡା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଅବଗତ କରାଇଥିଲେ । ସମସ୍ତ ଗର୍ଭବତୀ ମାଙ୍କ ହେପାଟାଇଟିସ ପରୀକ୍ଷା କରି ଚିକିତ୍ସା କରିବା ଯେପରି ଏହା କ୍ରନିକ ରୋଗରେ ପରିଣତ ନ ହୁଏ ,ଯାହାକି ପିଲା ଉପରେ ପ୍ରଭାବ ପକାଇଥାଏ । ପିଲା ଜନ୍ମର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ ବି ଭ୍ୟାକସିନେସନ କରାଇବା ଜରୁରୀ ଅଟେ ବୋଲି ଦର୍ଶାଇଥିଲେ । ଡି.ପି.ଏମ. ଚକ୍ରଧର ଜେନା ହେପାଟାଇଟିସ ଭ୍ୟାକସିନେସନ ସମସ୍ତ ପିଲା ନେବା ଉଚିତ ଓ ଯେଉଁମାନେ ସେବା ଯୋଗାଉଛନ୍ତି ସେମାନେ ମଧ୍ୟ ପର୍ୟ୍ୟାୟକ୍ରମେ ଭାଇରସର ଲୋଡ ଅନୁସାରେ ଭ୍ୟାକସିନ ନେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । ଏସ .ଭି.ଏମ. ଅଟୋନମସ କଲେଜ ଓ କଦୁଆପଡା ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା ୭ଜଣ ପ୍ରତିଯୋଗୀଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ଟ୍ରଫି ଓ ସାଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଓ ଉକ୍ତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ସ୍ତରରୁ ଡାକ୍ତର ବିବେକାନନ୍ଦ ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ଅସିତ ଦାଶ, ସ୍ୱସ୍ତି ମହାନ୍ତି , ଅନିତା ଦାଶ, ସମସ୍ତ ନର୍ସିଂ ଅଫିସର, ପ୍ରଭାସ ସାହୁ, ମହେନ୍ଦ୍ର ସାହୁ, ଅନିମା ବଳ, ରାଜେନ୍ଦ୍ର ସେଠି,ରାଜଶ୍ରୀ ସେଠି, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ, ଏବଂ ଛାତ୍ରଛାତ୍ରୀ, ଏସ.ଭି.ଏମ. ଓ ଗାଦିବ୍ରହ୍ମ କଲେଜର ଲେକଚର ଓ ଛାତ୍ରଛାତ୍ରୀ ମାନେ ଆଶାକର୍ମୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *