୨୦୦ ବୋତଲ ଆସ୍କା ଫର୍ଟି ମଦ ସହ ବେପାରୀ ଗିରଫ।

ନିରାକାରପୁର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)- ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ମଦ ବେପାରୀ ମାନେ ହେଲେଣି ସକ୍ରିୟ । ନିର୍ବାଚନ ପୂର୍ବରୁ ମଦ ଗୁଡିକ ଗାଁ ଗହଳି ଅଂଚଳରେ ମହଜୁଦ ରଖି ବ୍ୟବସାୟ କରିବାକୁ ଚୋରା  ଲାଭଖୋର  ମଦ ବେପାରୀ ମାନେ ମନ ବଳାଇଛନ୍ତି। ଆଜି ଭୂଷଣ୍ଡପୁର ଅଂଚଳର ମଦ ବେପାରୀ ନିର୍ମଳ ବେହେରା ୨୦୦ବୋତଲ ଆସ୍କା ଫର୍ଟି ମଦ ଏକ ଲୁନାରେ ନେଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ଡିଆ ଗାଁ ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇଥିଲା। ପୋଲିସ ଚୋରା ମଦ ବେପାରୀକୁ ଗିରଫ କରି ତା ଠାରୁ ୨୦୦ ବୋତଲ ଆସ୍କା ଫର୍ଟି ମଦ ଓ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ପୋଲିସ। ଏନେଇ ନିରାକାରପୁର ଥାନାରେ ୧୧୯/୨୪ରେ ଏକ ମାମଲା ରୁଜୁ କରିଥିବା ଏ ଏସ ଆଇ ତପନ କୁମାର ପ୍ରଧାନ  ଙ୍କ ଠାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *