ମଳିପଡା ରାମଲୀଳାରେ  ରାବଣ ବଧ

 ନିରାକାରପୁର, ୨୫/୦୪/୨୦୨୪ (ଓଡ଼ିଶା ସମାଚାର)-   ଆମ ଐତିହ, ପରମ୍ପରା କୁ ବଞ୍ଚେଇ ରଖିଛି, ଆମ ଲୋକକଳା କାହିଁ କେତେ କାଳରୁ ଏହି ରାମାୟଣ ଶୀର୍ଷକର କିଛି ଚମତ୍କାରୀତା ବେଶ ହୃଦୟଗମ କରିଆସୁଛୁ। ସାରା ଭାରତ ବର୍ଷରେ ରାମଙ୍କ ଧ୍ଵନୀ ଗୁଞ୍ଜରଣ ହେଉଛି।ସୃତିକୁ ମନେ ପକେଇବା ପାଇଁ ଗାଁ ଗାଁ ରେ ରାମଲୀଳା ପରିବେଷଣ କରାଯାଉଛି। ରାମାୟଣ ର କିଛି ଚରିତ୍ର ମାଧ୍ୟମରେ ଆମ ଦୈନନ୍ଦିନ ଜୀବନରେ କିଛି ପ୍ରବାବ ପକାଉଛି। ସେ ପ୍ରଭୁ ଶ୍ରୀରାମ ହୁଅନ୍ତୁ କି ଭ୍ରାତା ଭରତ ହୁଅନ୍ତୁ କି ଭ୍ରାତା ଲକ୍ଷ୍ମଣ ହୁଅନ୍ତୁ କି ବୀର ବଜରଙ୍ଗ ବଲି ସମସ୍ତ ଚରିତ୍ର ଆମ ଏ କଳୁସିତ ସମାଜରେ କିଛି ପ୍ରଭାବ ପକାଉଛି। ସେହି ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ଆମ ଗାଁ ରେ ରାମଲୀଳା ପରିବେଷଣ କରାଯାଉଛି।  ୧୯୮୩ ମସିହାରେ ଏକ ରାମଲୀଳା ପ୍ରତିଯୋଗିତା ମହୋତ୍ସବ ରେ ମଳିପଡ଼ା ଗଡ଼ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା ।ତାହା ଆଜି ଇତିହାସ ମଣ୍ଡନ କରିଛି।ସେହି ପୁରୁଣା କଳାକାର ଙ୍କୁ ମନେପକେଇବା ଉଧେଶ୍ୟରେ ଆଜିର ମଳିପଡ଼ା ସ୍ଥିତ ଉପରସାହି ରାମଲୀଳା ମଇଦାନରେ ରଘୁନାଥ ରମମାନସ ନାଟ୍ୟସଂସଦ ତରଫରୁ ଆଜି ରାବଣ ବଧ ସହିତ ରାବଣ ପୋଡି ମହୋତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ କଳାକାର ଭାବେ ନାରାୟଣ ବେହେରା ଙ୍କ ରାବଣ ଚରିତ୍ର ଅତି ଚିତ୍ତଆକର୍ଷକ ହୋଇଥିଲା ଦର୍ଶକ ଙ୍କୁ ଶେଷ ପଯ୍ୟନ୍ତ ବାନ୍ଧି ରଖିଥିଲା, ତାପରେ ରାବଣ ପୋଡି ଉତ୍ସବ କରାଗଲା, ଏବଂ କ୍ଷୀରି ପ୍ରସାଦ ସେଭନ କରାଗଲା, ଦୀର୍ଘ ନ ଦିନ ବ୍ୟାବି ରାମଲୀଳା ମହୋତ୍ସବ କରାଯାଇ ତାପରେ ଆଜି ତାର ଉଦଯାପନୀ ମହୋତ୍ସବ ଏବଂ ପୁର୍ଣ ଆହୁତି ସମ୍ପୂର୍ଣ ହୋଇଅଛି। ପାଖ ପାଖି ବହୁ ରାମ ଭକ୍ତ ପ୍ରେମୀ ଆସି ଏଥିରେ ଯୋଗ ଦେଇ ପ୍ରଭୁ ଶ୍ରୀରାମ ଙ୍କ କୃପା ଲାଭ କରିଥିଲେ। କାଲି ନଗର ପରିକ୍ରମା କରାଯିବ, ଏଥିରେ ସମସ୍ତ କାର୍ଯ୍ୟକର୍ତ୍ତା ସମୀର ଜେନା, ନାଲୁ କଳସ, ଗୁଲୁ ପରିଡା, ଜାଗର ଭୁଜବଳ, ଗାନୁଆଁ ମହାରଣା ଦିଲ୍ଲୀପ ଖଣ୍ଡେଇତରାୟ ସଂପାଦନ କରିଥିଲେ।

Leave a Reply

Your email address will not be published. Required fields are marked *