କୁଳିଆ ଆର ଏମ ସି ପଡିଆରେ ରାହୁଲ ଗାନ୍ଧି ଙ୍କ ନିର୍ବାଚନୀ ସଭା ପାଇଁ କଂଗ୍ରେସ ନେତୃମଣ୍ଡଳୀ ର ଅନୁଧ୍ୟାନ

ନିଶ୍ଚିନ୍ତକୋଇଲି, ୨୫/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ଆସନ୍ତା ୨୮ ତାରିଖ ରବିବାର ଦିନ ରାହୁଲ ଗାନ୍ଧୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ । ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ରାହୁଲ ଉପକୂଳ ଭୋଟର ଓ କର୍ମୀମାନଙ୍କୁ ଏହି ସଭାରେ ଗୁରୁମନ୍ତ୍ର ଦେବେ । କଂଗ୍ରେସ କର୍ମୀ ଉତ୍ସାହିତ ହେଲେ, ଦଳର ଭୋଟ ବଢିବ । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଏକ ରାଜ୍ୟସ୍ତରୀୟ ଟିମ ହେବାକୁ ଥିବା ସଭା ସ୍ଥଳରେ ପହଞ୍ଚିଛନ୍ତି ।
କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ,କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ,ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପ୍ରାର୍ଥୀ ୟାକୁବ ଖାନ ପ୍ରମୁଖ ରାହୁଳଙ୍କ ସଭା ସ୍ଥଳ ପର୍ୟ୍ୟବେକ୍ଷଣ କରିଥିଲେ । ରାହୁଲଙ୍କ ଆଗମନ କୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ଯେହେତୁ ରାହୁଲ ଗାନ୍ଧୀଙ୍କ ଏହି ସଭାଟି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଛି,ତେଣୁ ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାଇଁ ଏହା ବହୁ ଫଳପ୍ରଦ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧିରୀ କହୁଛନ୍ତି।

Leave a Reply

Your email address will not be published. Required fields are marked *