ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ମାନଙ୍କ ନିମନ୍ତେ ଏକ ଦ୍ବିଦିବସୀୟ  ତାଲିମ କର୍ମଶାଳା ରାଜ୍ୟ  ଶ୍ରମ ସଂସ୍ଥାନ ରେ  ଉଦଯାପିତ

ଭୁବନେଶ୍ୱର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରମ ଓ ଇ ଏସ ଆଇ  ବିଭାଗ  ଦ୍ୱାରା ରାଜ୍ୟ  ରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନା ମାନଙ୍କରେ କାର୍ୟ୍ୟ କରୁଥିବା  ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ମାନଙ୍କ ନିମନ୍ତେ ଚାଲୁଥିବା ଏକ ଦ୍ବିଦିବସୀୟ  ତାଲିମ କର୍ମଶାଳା ରାଜ୍ୟ  ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ  ଆଜି ଉଦଯାପିତ ହୋଇଯାଇଛି।

ଏହି ତାଲିମ କର୍ମଶାଳାର ଅନ୍ତିମ ଦିବସର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି  ଭାବେ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଆର. ଏସ୍ ଗୋପାଳନ  IAS  ଯୋଗଦାନ କରିଥିଲେ । ସଂସ୍ଥାନ ନିର୍ଦ୍ଦେଶକ  ତଥା ଶ୍ରମ ବିଭାଗ  ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ  ନୀତି ରଂଜନ ସେନ୍  କର୍ମଶାଳ।ର  ଉତ୍ସବରେ ସମ୍ମାନିତ ଅତିଥି ଭାବେ  ଯୋଗଦାନ କରିଥିଲେ । ଶେଷରେ ଡାକ୍ତର ଜଗତ ଜୀବନ ପତି, ଯୁଗ୍ମ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ରେ ସମୁଦାୟ ୩୬ ଜଣ  ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ଯୋଗଦାନ କରିଥିଲେ ।

ସର୍ବଶେଷରେ ତାଲିମରେ ସଫଳତାର ସହ କୃତ କାର୍ୟ୍ୟ ହୋଇଥିବା ସମସ୍ତ ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ମାନଙ୍କୁ ପ୍ରମାଣପତ୍ର ଓ ଗୃପ ଫୋଟୋଗ୍ରାଫ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *