ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତି କମିଟି ବୈଠକ 

୨୧ ଟି ମଣ୍ଡପରେ ପୂଜା ପାଇବେ ଗଜାନନ  —  ୨୫ ରେ ମିଳିତ ଭସାଣି

ଭୁବନ ୦୭/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ଵିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ , ତହସିଲଦାର ଜ୍ୟୋତିରୂପା ଶତପଥୀ , କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଚିତ୍ତ ରଞ୍ଜନ ବେହେରା,

,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ,ଟି ପି ସି ଓ ଡି ଏଲ ଯନ୍ତ୍ରୀ ନଳିନୀ ଶଙ୍କର ରଥ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ, ମେଲଣ କମିଟି ସଭାପତି ସୁବ୍ରତ ସାହୁ , ସମ୍ପାଦକ ଜିତେନ୍ଦ୍ର ଦାସ, ବରିଷ୍ଠ ସଭ୍ୟ କାଳନ୍ଦୀ ସାହୁ,ଶାନ୍ତି କମିଟି ସଦସ୍ୟ

 ଟିଟୁ ଦାସ , ମନୋରଞ୍ଜନ ବେହେରା , ମିଥୁନ ପାତ୍ର, ଜଗନ ବେଜ , ଜୀବନ ଜ୍ୟୋତି ପୃଷ୍ଟି , ରାକେଶ୍ ପୃଷ୍ଟି , ନାରାୟଣ ନାୟକ , ରାମ ନାୟକ , ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ , ସିଲୁ ନାୟକ , ସୌରଭ ରାଉତ, ମିଲୁ ରାଉତ ଙ୍କ ସମେତ ୨୧ ଟି କ୍ଳବର ସଭାପତି,ସମ୍ପାଦକ ଓ ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ରୁ ୨୧ ଟି ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ । ୨୩ ତାରିଖ ଓ ୨୪ ତାରିଖ ଦୁଇ ଦିନ ମେଲଣ ପଡିଆ ରେ ଗଣେଶ ମେଲଣ ଅନୁଷ୍ଠିତ ହେବ । ୨୫ ତାରିଖ ମଧ୍ୟାହ୍ନ ରେ ମିଳିତ ଭସାଣି ଅନୁଷ୍ଠିତ ହେବ । ତେବେ ଗଣେଶ ପୂଜା ପୂର୍ବରୁ ପେଟ୍ରୋଲ ପମ୍ପ ଛକ ଠାରୁ ନୂଆ ଭୁବନ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ସହ ଦଶହରା ରୁଟ ରାସ୍ତା,ଡ୍ରେନ ମରାମତି,ତଳକୁ ଝୁଲି ରହିଥିବା ବିଦ୍ୟୁତ ତାର କୁ ସଜାଡିବା,ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ମୁତୟନ, ଅସ୍ଥାୟୀ ପରିସ୍ରାଗାର କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ ,୨୦୦୦ ମସିହା ଠାରୁ ମାଟ୍ରିକ ଵ୍ୟାଚ ଛାତ୍ର ମାନେ ୧୨ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଗଣେଶ ପୂଜା ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ଫ୍ରେଣ୍ଡସିପ କ୍ଲବର ୧୨ ବର୍ଷ ପୂର୍ତ୍ତି ଅବସରରେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିର ମୁଖ୍ୟ ଆକର୍ଷଣ ସାଜିବ ।

Leave a Reply

Your email address will not be published. Required fields are marked *