ନାରୀ ନେତ୍ରୀଙ୍କ ଜନ ସମ୍ପର୍କ ଯାତ୍ରା

ଟାଙ୍ଗୀ, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋରଧା ନିର୍ବାଚନମଣ୍ଡଳୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତ ର ପ୍ରତିଟି ୱାର୍ଡ ରେ ରବିବାର ଦିନ ବିଜୁ ଜନତା ଦଳ ନାରୀ ନେତ୍ରୀ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱ ଓ ସଂଯୋଜନା ରେ ଏକ ମୋଟର ସାଇକେଲ ଶୋଭାଯାତ୍ର ଯୋଗେ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମୋଟର ସାଇକେଲ ଶୋଭାଯାତ୍ରା ରେ କୁଞ୍ଜୁରୀ, କୁହୁଡି, ରତନପୁର ଆଦି ପଞ୍ଚାୟତ ର ପ୍ରାୟ ୬୦୦ ମହିଳା, ଯୁବଛାତ୍ର ଓ ବରିଷ୍ଠ ବିଜେଡି କର୍ମୀ ସାମିଲ ହୋଇ ପ୍ରତେକ ୱାର୍ଡ ପରିକ୍ରମା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ୫ ଟି ଅଧ୍ୟକ୍ଷ ଭି କେ ପଣ୍ଡିୟାନ ଙ୍କ ଓଡିଶା କୁ ଏକ ବିକଶିତ ରାଜ୍ୟରେ ପରିଚିତ, ପ୍ରତିଷ୍ଠିତ କରିବାପାଇଁ ସମସ୍ତ ଯୋଜନା ସମ୍ପର୍କ ରେ ଶ୍ରୀମତୀ ମହାପାତ୍ର ପ୍ରତିଟି ଘରେ ଅବଗତି କରାଉଥିଲେ । ପ୍ରତିଟି ଗାଁରେ ଶୋଭାଯାତ୍ରା ପହଂଚିବା ପରେ ଗ୍ରାମ ବାସୀ ମାନଙ୍କ ପକ୍ଷରୁ ଶ୍ରୀମତୀ ମହାପାତ୍ର ଙ୍କୁ ହୁଳହୁଳି, ଓ ବନ୍ଦାପାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *