ଯୁକ୍ତ୨ ବିଜ୍ଞାନରେ ସର୍ବେଶ୍ୱର ଜିଲା ଟପ୍ପର
କେନ୍ଦ୍ରାପଡ଼ା, ୨୧/୦୫/୨୦୨୬ (ଓଡ଼ିଶା ସମାଚାର)- ଯୁକ୍ତ ୨ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲକ୍ଷ୍ୟ କୋଚିଙ୍ଗ ସେଂଟର ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । କୋଚିଙ୍ଗ ସେଂଟରର ୧୩୫ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୯ଜଣ ପିଲା ୯୦ପ୍ରତିଶତରୁ ଅଧରକ ମାର୍କ ରଖି ପାସ କରିଛନ୍ତି । ୫୧ଜଣ ଛାତ୍ରଛାତ୍ରୀ ୫ଶହରୁ ଅଧିକ ମାର୍କ ରଖି ପାସ କରିଛନ୍ତି ।
ଏଥିସହିତ ଏହି କୋଚିଂ ସେଂଟରରେ କୋଚିଂ ନେଉଥିବା କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ତଥା ଡେରାବିଶ ବ୍ଲକ ଅଧିନ ଛକନା ହରିଅଙ୍କ ଗ୍ରାମର ସୁଦର୍ଶନ ନାୟକଙ୍କ ପୁତ୍ର ସର୍ବେଶ୍ୱର ନାୟକ ୫୮୨ମାର୍କ ଅର୍ଥାତ ୯୭ପ୍ରତିଶତ ନମ୍ବର ରଖି ପାସ କରିବା ସହ କେଲେଜ ଓ ଜିଲା ଟପ୍ପର ହୋଇଛନ୍ତି । ସେ ପଦାର୍ଥ ବିଜ୍ଞାନରେ ଶହେରୁ ଶହେ ଓ ରସାୟନ ବିଜ୍ଞାନରେ ଶହେରୁ ଶହେ ମାର୍କ ରଖିଛନ୍ତି ।ସେହିଭଳି ମାମାଲି ପରିଡା ୫୭୭ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟନାରାୟଣ ନାୟକ ୫୭୩ନମ୍ବର ରଖି କଲେଜର ତୃତୀୟ ସ୍ଥାନରେ ରହିଛନ୍ତି ।
ଏହି ଉପଲକ୍ଷେ ଲକ୍ଷ୍ୟ କୋଚିଙ୍ଗ ସେଂଟର ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅନୁଷ୍ଠାନର ନିର୍ଦେଶକ ରଞ୍ଜନ କୁମାର ପଲାଇ ଏହି ଅବସରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ସେବା କରିବାକୁ ମାର୍ଗଦର୍ଶନ କରିଥିଲେ ।
