ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର,୨୧/୦୮/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ପରଲୋକ ଘଟିଛି । ଆଜି ଶୁକ୍ରବାର ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ପଟ୍ଟନାୟକ ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ।

ଓଡ଼ିଶୀ, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ସଙ୍ଗୀତ ତଥା ଅନେକ ଚଳଚ୍ଚିତ୍ର ସଙ୍ଗୀତ ଗାନ କରି ସେ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଗୀତ ବେଶ୍ ଲୋକପ୍ରିୟତା ସାଉଁଟିଥିଲା । ସେ ଓଡ଼ିଶା ସରକାରଙ୍କଠାରୁ ୭ ଥର ଶ୍ରେଷ୍ଠ ପଚ୍ଛଦପଟ୍ଟ ଗାୟକ ପୁରସ୍କାର ଲାଭ କରିଥିଲେ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ ‘ଯାଆରେ ମାଝି ଯାଆ’, ‘ରେ ଆତ୍ମନ୍ ନିଦ୍ରା ପରିହର’, ‘ମା ତୁମେ ଜଗତର ସାହା ଭରସା’, ଇତ୍ୟାଦି ଅନ୍ୟତମ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *