ମର୍ଜିତାପୁର ହିଙ୍ଗୁଳା ଯାତ୍ରାରେ ଡାକ୍ତରଙ୍କ  “ଅଙ୍ଗଦାନ ” ସଚେତନ କାର୍ଯକ୍ରମ ।

ଯାଜପୁର, ୧୯/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ନାନାଦି ପୂଜା ,ମେଳା ,ମେଲଣ ,ଯାନିଯାତ୍ରା  ରେ ଲୋକ ମାନେ ଆସନ୍ତି ,ପୂଜାପାଠ କରନ୍ତି ,ଭଗବାନ ଙ୍କ ଆଶୀର୍ବାଦ ନିଅନ୍ତି  । ଯାନି ଯାତ୍ରା ଦେଖନ୍ତି ,ମିଠା ପିଠା ଖାଆନ୍ତି ,ବେଲୁନ କଣ୍ଢେଈ କିଣନ୍ତି ,ଚାଟ ଗୁପ ଚୁପ ର ମଜା ନିଅନ୍ତି ,ଆନନ୍ଦ ଉଲ୍ଲାସ ରେ ଘରକୁ ଫେରନ୍ତି , ଇଏ ଏକ ପାରମ୍ପାରିକ କାର୍ଯକ୍ରମ । କିନ୍ତୁ  ମର୍ଜିତାପୁର ହିଙ୍ଗୁଳା ଯାତ୍ରା ରେ  ଦେଖିବାକୁ ମିଳିଛି ଏକ ଅଭିନବ ପ୍ରୟାସ । ଭକ୍ତ ମାନଙ୍କୁ ଦିଆଯାଉଛି ସ୍ୱାସ୍ଥ୍ୟ ,ଶିକ୍ଷା ଓ ସାମାଜିକ ସଚେତନତା ..ତା ସହ ଅଙ୍ଗ ଓ ରକ୍ତ ଦାନ ର ମହତ୍ତ୍ୱ । ଏ ବିଷୟରେ ବିଶେଷ ଆଲୋକପାତ କରିବା ସହ ଜନତା ଙ୍କୁ ସଚେତନ କରାଉଛନ୍ତି କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର  ଚିକିତ୍ସା ଅଧିକାରୀ ,  ସମାଜ ସଂସ୍କାରକ ବରୀ ମାଟିର ପୁଅ  ରୋଟାରୀଆନ ଡା ନିହାର ରଞ୍ଜନ କର ଓ ସଚେତନ ନାଗରିକ ମଂଚ ।

ଡାକ୍ତର କର ଙ୍କ ଏଭଳି ପ୍ରୟାସ ସମଗ୍ର ଜିଲ୍ଲାରେ ପ୍ରଂଶସାର ପାତ୍ର ହୋଇ ପାରିଛନ୍ତି । ସୂଚନା ଅନୁଯାୟୀ ଡାକ୍ତର କର ରୋଗୀ ସେବା କୁ ଗୁରୁତ୍ଵ ଦେବା ସହ ରୋଗୀଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ସେବା ଦିଅନ୍ତି , ଡାକ୍ତର କରଙ୍କ  ଉଚିତ୍ ହସ ହସ ଭରା ପରାମର୍ଶ ରୋଗୀଙ୍କ ମନରେ ଶକ୍ତି ପ୍ରଦାନ କରିଥାଏ  ,ଯାହାକି କବାଟବନ୍ଧ ଅଞ୍ଚଳରେ ତାଙ୍କୁ ଲୋକେ ନିଜର ପ୍ରିୟ ମନେ କରିଥାନ୍ତି । ବରୀ ବ୍ଲକ ଶଙ୍କରାକୁଳ ରେ ଜନ୍ମ ନେଇଥିବା ଏହି ଲୋକ ପ୍ରିୟ ଡାକ୍ତର ଧର୍ମଶାଳା ରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି ଯାହାକି ଆମ ବରୀ ମାଟିର ସେ ଗର୍ବ ଓ ଗୌରବ ବୋଲି ସାମ୍ବାଦିକ ସୁନିଲ ରାଉତ , ପ୍ରତାପ ପୃଷ୍ଟି , ମୃତ୍ୟୁଞ୍ଜୟ ସାହୁ , କୈଳାସ ନନ୍ଦ , ଆଡଭୋକେଟ ଭବାନୀ ପଣ୍ଡା , ଆଡଭୋକେଟ ଅନନ୍ତ ଚନ୍ଦ୍ର କର , ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ  ପ୍ରମୁଖ  ନିଜ ନିଜର ମତ ଦେଇଚନ୍ତି ।

Leave a Reply

Your email address will not be published. Required fields are marked *