ରତିକାନ୍ତ ଙ୍କୁ କଂଗ୍ରେସ ଟିକେଟ , କର୍ମୀ ଉତ୍ସାହିତ

ଗରଦପୁର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ଚଳିତ ସାଧାରଣ ନପିର୍ବାଚନ ପାଇଁ କଂଗ୍ରେସ ତାର ୨ୟ ପର୍ଯ୍ୟାୟ ବିଧାନ ସଭା ପ୍ରାର୍ଥି ତାଲିକା ଘୋଷଣା କରିଛି । ଏହି ତାଲିକାରେ ପାଟକୁରା ପାଇଁ କଂଗ୍ରେସ ପ୍ରାର୍ଥି ଭାବରେ ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କୁ ପ୍ରାର୍ଥି ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ମନରେ ଆତ୍ମ ବିଶ୍ୱାସ ଆସିବା ସହିତ କର୍ମୀମାନେ ଉତ୍ସାହିତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରତିକାନ୍ତ ଙ୍କ ବନ୍ଧସାହିସ୍ଥିତ ବାସ ଭବନକୁ ଯାଇ ପୁଷ୍ପ ଗୁଛ ଓ ଉତରିୟ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତି ରଂଜନ ପରିଡ଼ା, ଡ଼େରାବିସ ବ୍ଲକ୍ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠି , ଜିଲା ଉପସଭାପତି ନୀରଂଜନ ରାଉତ, ସମ୍ପାଦକ ଦୟାନିଧି ଜେନା , ସୁବାସ ସାମଲ , ଜୟଦେବ ପରିଡ଼ା ,ଡ଼େରାବିସ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମିତା ମହାନ୍ତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଆସି ଶୁଭେଛା ଜଣାଇଛନ୍ତି । ତେବେ କଂଗ୍ରେସ ରତିକାନ୍ତ ଙ୍କୁ ପ୍ରାର୍ଥି ଘୋଷଣା ପରେ ପାଟକୁରା ରେ କଂଗ୍ରେସ କର୍ମୀଙ୍କ ମନବଳ ଦୃଢ଼ ହେବା ସହ ଲଢ଼େଇ ଯୋରଦାର ହେବ ବୋଲି କଂଗ୍ରେସ କର୍ମୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *