ଯାଜପୁର ଲୋକକଳା ମହୋତ୍ସବ

ଯାଜପୁର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଧେଶକ ଦିନେଶ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଧେଶକ ଡଃ ହରିହର କାନୁନଗୋ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକକଳାକୁ ବଂଚାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ମା’ ଯଶୋଦା କଳା ପରିଷଦର କଳାକାର ସାଈଶ୍ରୀ ପୃଷ୍ଟି, ବିଜୟିନୀ ଦାଶ, କୁମାର ଜଗଦିଶ ପ୍ରମୁଖ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନ ପ୍ରତିଷ୍ଠାତା ଓ ନିର୍ଦ୍ଧେଶକ ବସନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶଶଧର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବା ବେଳେ ଚଳଚ୍ଚିତ୍ର ନିର୍ଦ୍ଧେଶକ ରିତେଶ କୁମାର ନାୟକ, ଚଳଚ୍ଚିତ୍ର ଅଭିନେତା ଓ ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ, ତି୍ରଭାଷୀ କବି ଓ ନାଟ୍ୟକାର ଡଃ ଅଲେଖ ପ୍ରସାଦ ମହାରଣା, ଧାରାବାହିକ ଅଭିନେତା ଇଂ. ପାର୍ଥ ସାରଥି ଦାସ, ବରିଷ୍ଠ ଶିକ୍ଷାବିତ ନବକିଶୋର ଦାସ ଓ ସମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଆଠଟି ଜିଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶହେରୁ ଊଦ୍ଧ୍ୱର୍ କୁନି କୁନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଦୀପ ବିହାରୀ, ମଧୁସ୍ମିତା ବିଶ୍ୱାଳ, ସୁଶାନ୍ତ ପରିଡ଼ା, କରୁଣା କର ଦାସ, ସୁବାସ ପାତ୍ର, ସାଇଶ୍ରୀ ପୃଷ୍ଟି, ବିଜୟିନୀ ଦାଶ ଏହି କାର୍ଯ୍ୟକ୍ରମରେ ବି•ରକ ଭାବେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଧେଶକ ଦିନେଶ କୁମାର ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *