ଖେଳରେ ଖେଳ: ଧରିଣା ୟୁଥ୍ କ୍ଳବ୍ ଖେଳରେ ବିଜେଡ଼ି ପ୍ରାର୍ଥୀ ଉଦଘାଟକ, ବିଜେପି ପ୍ରାର୍ଥୀ ଉଦଯାପକ

କଟକ ସଦର ,୧୫/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ରାତ୍ରି କାଳୀନ ଧରିଣା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟକ ଅତିଥି ଭାବେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା ଶନିବାର ଯୋଗ ଦେଇଥିବା ବେଳେ ଉଦଯାପନ ଅତିଥି ଭାବେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ରବିବାର ଯୋଗ ଦେଇଥିବା କୁ ନେଇ ଏହା ଖେଳରେ ଖେଳରେ ରାଜନୈତିକ ଖେଳ ବୋଲି ଚର୍ଚ୍ଚା ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଟିମ୍ ଭାଗ ନେଇଥିବାବେଳେ ଫାଇନାଲରେ ଗୋଠପୁର କୁ ୧/୦ ରେ ହରାଇ ପ୍ରତାପନଗରୀ ଚମ୍ପିୟାନ ହୋଇପାରିଥିଲା।

Leave a Reply

Your email address will not be published. Required fields are marked *