କଟକ ସଦର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ର ଅନୁମୋଦନ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ୯୩ ନମ୍ବର ସଂରକ୍ଷିତ କଟକ ସଦର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ରାମଚନ୍ଦ୍ର ଗୋଛୟତଙ୍କ ନାଁ ରବିବାର ସଂଧ୍ୟାରେ ପ୍ରକାଶ କରିଛି। ଏହା ଜଣାପଡିବା ପରେ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ରାମଚନ୍ଦ୍ର ଗୋଛୟତ ବର୍ତ୍ତମାନ କଟକ ସଦର ବ୍ଲକ କଂଗ୍ରେସ କମିଟି ର ସଭାପତି ଥିବା ବେଳେ ସିଏ ଅନେକ ସଂଗଠନ ସହ ଜଡ଼ିତ ହୋଇ ସଦର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାରେ ନିରବଚ୍ଛିନ୍ନ ଉଦ୍ୟମ ଜାରୀ ରଖିଥିଲେ। ଏଥିପାଇଁ ତାଙ୍କର ସଂଗଠନକୁ ଦୃଷ୍ଟିରେ ରଖି କଂଗ୍ରେସ କମିଟି ଆସ୍ଥା ପ୍ରକଟ କରି ତାଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି। ଉକ୍ତ ସଂରକ୍ଷିତ ଆସନରେ ବିଜେଡ଼ିରୁ ଦୁଇ ଥରର ବିଧାୟକ ଚନ୍ଦ୍ର ସାରଥି ବେହେରା, ବିଜେପିରୁ ଯୁବ ସଂଗଠକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସହିତ କଂଗ୍ରେସରୁ ରାମଚନ୍ଦ୍ର ଗୋଛୟତ ପ୍ରାର୍ଥୀ ହୋଇଥିବା ବେଳେ ତ୍ରିମୁଖି ପ୍ରତିଦ୍ବନ୍ଦିତା ହେବାକୁ ଯାଉଥିବା ଜଣାଯାଇଛି ।