ମାହାଙ୍ଗା ୧୫/୦୨/୨୦୨୬(ଓଡିଶା ସମାଚାର/ ଅଭୟ ଜେନା) ବିରୂପା- ଗେଙ୍ଗୁଟି ଦୁଆବ ଅଞ୍ଚଳ ଅନ୍ତର୍ଗତ ଅରିଲୋଶାସନ ଗ୍ରାମର ଆଧ୍ୟାତ୍ମିକ ପ୍ରବକ୍ତା,ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ସେ ଜଣେ ବିଶିଷ୍ଟ ପାଣି ସାହିତ୍ୟର ଗବେଷକ, ସୁବକ୍ତା, ପ୍ରବଚକ ଏବଂ ବହୁ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର କର୍ମମୟ ଜୀବନ ଅଧ୍ୟାପକ ଭାବେ ଆରମ୍ଭ ହୋଇଥିଲେ ମଧ୍ୟ, ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମଦ ଭାଗବତ ଚର୍ଚ୍ଚା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ । ପାଣି ସାହିତ୍ୟର ଜଣେ ଗବେଷକ ଏବଂ ଧୂରୀଣ ସାରସ୍ୱତ ସାଧକ ଭାବେ ସେ ବେଶ ଜଣାଶୁଣା ଥିଲେ । ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ସ୍ବର୍ଗତ ଆଚାର୍ଯ୍ୟଙ୍କୁ ନଗର ପରିକ୍ରମା ସହ ବିରୂପା ନଦୀ ତଟ ଗ୍ରାମ୍ୟ ଶ୍ମାଶନକୁ ନିଆଯାଇଥିଲା । ଏହି ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ପୁରୁଷ ପଣ୍ଡିତ ଦିବ୍ୟାସୁନ୍ଦରଙ୍କ ପାର୍ଥିବ ଶରୀର ଶନିବାର ରାତିରେ ପଞ୍ଚଭୂତରେ ଲୀନ ହୋଇଯାଇଥିଲା ।
ଏହି ଯଶସ୍ବୀ ପୁରୁଷଙ୍କ ବିୟୋଗରେ ସାଂସଦ ବୈଜୟନ୍ତ ପଣ୍ଡା,ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରଧାନ,ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ସମାଜସେବୀ ଶୋଭନ କର,କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି, ଶିକ୍ଷାବିତ ରତ୍ନାକର ମହାନ୍ତି,ସମାଜସେବୀ ପ୍ରଶାନ୍ତ କୁମାର ମହାନ୍ତି, ଜନ୍ମେଞ୍ଜୟ ଆଚାର୍ଯ୍ୟ,ଆଇନୀଜୀବୀ ଧ୍ରୁବ ଚରଣ ରାଉତ, ଆଇନୀଜୀବୀ ଶ୍ରୀବନ୍ତ ଜେନା, ଦୀପକ ମହାନ୍ତି, ଯତୀନ୍ଦ୍ର ମହାନ୍ତି,ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି,କିଶୋର ଆଚାର୍ଯ୍ୟ, ଶିକ୍ଷାବିତ ବଟ କିଶୋର ପଣ୍ଡା, ଅଲେଖ ଚନ୍ଦ୍ର ଦାସ,ରାମଚନ୍ଦ୍ର ମହାପାତ୍ର, ଶଶିଭୂଷଣ ମହାନ୍ତି,ତ୍ରିଲୋଚନ ବେହେରା, ଗୋକୁଳ ଚନ୍ଦ୍ର ଆଚାର୍ଯ୍ୟ, ନଟବର ବାରିକ, ବ୍ରହ୍ମାନନ୍ଦ ରାଉତ, କବି ବିଶ୍ୱେଶ୍ୱର ମହାନ୍ତି, ଈଶ୍ୱର ଆଚାର୍ଯ୍ୟ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ,ପ୍ରଭାକର ଦାସ, ନିହାର ରଞ୍ଜନ ପଣ୍ଡା, ରମାକାନ୍ତ ପଣ୍ଡା,ଭାଗ୍ୟଧର ମହାନ୍ତି, ଶୁକଦେବ ସ୍ୱାଇଁ,ସୁବାସ ବେହେରା, ଗୟାଧର ସାହୁ, ଭାରତ ଭୂଷଣ ଦାସ, ଗଣେଶ ବିହାରୀ, ସୁଧାଂଶୁ ପାଣି,କବି ନାରାୟଣ ମୁଦୁଲି,ରବୀନ୍ଦ୍ର ପୃଷ୍ଟି, ଶିଶିର ଚନ୍ଦ୍ର ଆଚାର୍ଯ୍ୟ, ଭାଗ୍ୟଧର ରାଉତ,ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
