ଭୁବନେଶ୍ୱର,୧୭/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ପୂର୍ବାହ୍ନ ରେ ଶଙ୍ଖ ଭବନ କୁ ଯାଇ ଦଳ ର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ବିଜୁ ଜନତା ଦଳ ର ସାଂଗଠନିକ ନିର୍ବାଚନ ଏଵେ ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି ।
