କଟକ ଲୋକସଭା ଆସନରେ ବିଜେପିର ସାନ ପ୍ରଧାନଙ୍କ ଭୁମିକା କୁ ନେଇ ଚର୍ଚ୍ଚା,ସବୁ ବିଧାନସଭା ଆସନରେ ଦୂର୍ଵଳ ପ୍ରାର୍ଥୀ!

କଟକ ସଦର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ଲୋକସଭା ଆସନରେ ବିଜେଡ଼ି ତା’ର ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ତାର ମୂଖ୍ୟ ପ୍ରତିଦ୍ବନ୍ଦି ବିଜେପି ଏଵେ ସୁଦ୍ଧା ସୁପ୍ତ ଅବସ୍ଥାରେ ଥିବା ଜଣାପଡିଛି। ପ୍ରକାଶ ଯେ କଟକ ସଦର, ବାରବାଟି-କଟକ,ଚୈ। ଦ୍ୱାର-କଟକ, ଆଠଗଡ଼,ବାଙ୍କୀ, ଖଣ୍ଡପଡ଼ା, ବଡ଼ମ୍ବା ନରସିଂହପୁର ବିଧାନସଭା ୭ ଟି କ୍ଷେତ୍ରକୁ ନେଇ ମର୍ଯ୍ୟାଦାପୂର୍ଣ୍ଣ କଟକ ଲୋକସଭା ଆସନ ବିଜେଡ଼ିର ଦୂର୍ଗ ଭାବେ ପରିଚିତ। ଏଠାରୁ ବିଜେଡ଼ିର ସାଂସଦ ଭାବେ ୬ ଥର ନିର୍ବାଚିତ ହୋଇଥିବା ଭର୍ତୃହରି ମହତାବ ଏବେ ବିଜେପିରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କର ମୂଖ୍ୟ ପ୍ରତିଦ୍ବନ୍ଦି ଭାବେ ଉଭା ହୋଇଛନ୍ତି କର୍ପୋରେଟ ହାଉସ୍ ର‌ ପୂର୍ବତନ ଉଚ୍ଚ ପଦସ୍ଥ ଅଧିକାରୀ ଡ଼ଃ ସନ୍ତୃପ୍ତ ମିଶ୍ର।ଏପରି ସ୍ଥଳେ ବାରବାଟି କଟକ କୁ ଛାଡି ଦେଲେ ଅନ୍ୟ ୬ ଟି ବିଧାନସଭା ସେଗମେଣ୍ଟରେ ବିଜେଡ଼ି ବିଧାୟକ ମାନଙ୍କ ରାଜୁତି ଚାଲିଛି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେଲା ସଗଂଠନ ତିଆରି କରିଥିବା ବିଜେପିର ଆଶାୟୀ ପ୍ରାର୍ଥୀମାନଙ୍କୁ ଛାଡି (କେବଳ ଚୈ।ଦ୍ୱ।ର କଟକ) ବ୍ୟତୀତ ଦଳ ନୁଆ ପ୍ରାର୍ଥୀ ଦେଇଥିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯେଉଁଥିପାଇଁ ପ୍ରାର୍ଥୀ ମାନେ ହରଡ଼ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଏସବୁ କାହିଁକି, କିପରି ଓ କାହା ସ୍ୱାର୍ଥରେ ବୋଲି ଶୁଣାଯାଉଥିଵା ବେଳେ ଜନୈକ ସାନ ପ୍ରଧାନଙ୍କ ଭୁମିକା କୁ ନେଇ ଅଭିଯୋଗ ଘନୀଭୂତ ହେବାରେ ଲାଗିଛି। ଏହା କ’ଣ ସାଂସଦ ପ୍ରାର୍ଥୀ ଭର୍ତୃହରି ଙ୍କ ପାଇଁ ଦଳୀୟ ଷଡ଼ଯନ୍ତ୍ର କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଏହି ସମସ୍ୟାର ସମାଧାନ ହେଉଛି ନାଁ ବୃଦ୍ଧି ପାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *