ପ୍ରଗତି ପକ୍ଷରୁ ବିଦ୍ୟାର୍ଥୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ 

 

ମାହାଙ୍ଗା ୦୨/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ପ୍ରଗତି ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଗୋ ଚାଷୀ ଉପକୃତ ହୋଇପାରୁଛନ୍ତି ।  ଏହି ଗୋ ଚାଷୀ ମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଏକ ସଚେତନତା ଶିବିର ଆୟୋଜନ ସହିତ ବିଦ୍ୟାର୍ଥୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରା ଯାଇଥିଲା । କୋଠପଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଣ୍ଡି କୃଷି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ।

ପ୍ରଗତିର ସ୍ଥାନୀୟ ବାଇଧର ବେହେରା ଓ ବିଶ୍ୱଜିତ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ଗୋ-ଚାଷୀ  ଚକ୍ରଧର ସାହୁ, ବାଉରୀବନ୍ଧୁ ସାହୁ,ଜୟରାମ ସ୍ୱାଇଁ, ପଞ୍ଚାନନ ପଲେଇ,ମାନସ ବେହେରା, ରଞ୍ଜନ ଘଡେଇ, ରମେଶ ସାହୁ, ଅଜୟ ସିଂ, ବାବାଜୀ ସାହୁ, ରାହାସ ବିହାରୀ ସାହୁ, ରାଜକିଶୋର ସାହୁ, ଭାସ୍କର ଦାସ, ଗୋପୀନାଥ ପଣ୍ଡା, ଶିବରାମ ସିଂ,ପ୍ରମୁଖ ଯୋଗଦେଇଥିଲେ । ଗ୍ରାମୀଣ ଗୋ ଚାଷୀମାନଙ୍କ ମଧ୍ୟରୁ କୋଠପଦା ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ୨୨ ରୁ ଉର୍ଦ୍ଧ୍ଵ ଗୋ-ଚାଷୀ ଦୈନିକ ୧୫୦ ଲିଟରରୁ ଅଧିକ କ୍ଷୀର ବିକ୍ରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।  ଏହି କାର୍ଯ୍ୟକ୍ରମରେ ପ୍ରଗତିର ଏରିଆ ମ୍ୟାନେଜର ଜ୍ୟୋତି ରଞ୍ଜନ  ଯୋଗଦେଇଥିଲେ ।  ପ୍ରଗତି ପକ୍ଷରୁ କୋଠପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ୬୦ ଜଣ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *