ସାଲେପୁର,୦୩/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ରୋଧପୁର୍ ପୂଜା କମିଟି ର କର୍ମକର୍ତ୍ତା, ସଂଗଠକ ସୁରେନ୍ଦ୍ର ନାଥ ବେହେରା (୭୨) ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି । ନିଜର ନିତ୍ୟ କର୍ମ ସାରି ଘରେ ବସିଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନା ନିଆଯାଇଥିଲା ଓ ସେଠାରେ ଚିକିତ୍ସା ବେଳେ ତାଙ୍କର ଦେହାନ୍ତ ହୋଇଯାଇଇଥିବା ପ୍ରକାଶ । ତାଙ୍କ ଦେହାନ୍ତରେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ମା ଶାରଳା ମଣ୍ଡପରେ ହେମନ୍ତ ନନ୍ଦ ଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ଅନୁଷ୍ଠାନର କର୍ମକର୍ତ୍ତା ସଞ୍ଜୟ ନାୟକ, ପ୍ରଶାନ୍ତ ସାମଲ, ଦିଲୀପ ମଲ୍ଲିକ, ଜେ ଜେ ଦାସ, ବିନୋଦ ମାଲିକ, ପ୍ରଦୀପ୍ତ ପଣ୍ଡା, ସାଇରମ ଭୂୟାଁ, ବିଶ୍ୱଜିତ ଦାସ, ଜ୍ୟୋତି ଦାସ, ଆଶୁତୋଷ ଶାତୁଆ,ଅନୁଷ୍ଠାନ ମୁଖ୍ୟ ଜୟନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ଓ ତାଙ୍କ ଆତ୍ମା ର ସଦଗତି ପାଇଁପ୍ରାର୍ଥନା କରାଯାଇଥିଲା । ଆଗାମୀ ଦିନରେ ମା ଙ୍କ ମେଳା କୁ ସୁଚାର ରୂପେ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା ।
ରୋଧପୁର ପୂଜାକମିଟି କର୍ମକର୍ତ୍ତା ଙ୍କ ପରଲୋକ
