ସାଲେପୁର ବିଧାନସଭା ବି ଜେ ଡି ଟିକେଟ ହାତେଇବାକୁ ପୁଣି ଜଣେ ଆଶାୟୀ ଙ୍କର ଜୋରଦାର ଲବି 

ସାଲେପୁର, ୦୨/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ନିର୍ବାଚନ ମଣ୍ଡଳୀ ରେ ଅଦ୍ୟାବଧି ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଶାସକ ବିଜୁ ଜନତା ଦଳ ପାଇଁ ପ୍ରାର୍ଥୀ ଚୟନ ମଧ୍ୟ ଅଟକି ରହିଛି । ଏଠାରେ ଗତ ନିର୍ବାଚନ ରେ ପ୍ରଶାନ୍ତ ବେହେରା ବିଜୟୀ ହୋଇ ବିଧାୟକ ହୋଇଥିଲେ । ସେ ଏଥର ଟିକେଟ ପାଇବେକିନାହିଁ ସେ ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି ।ଏହି ସାଲେପୁର ଆସନ ପାଇଁ ଅନେକ ଆଶାୟୀ ରହିଥିବା ବେଳେ ପୁଣି ଜଣେ ସ୍ଥାନୀୟ ଅଞ୍ଚଳ ର ପୁଅ ଗୋବିନ୍ଦ ଚନ୍ଦ୍ର ମହାରଣା ବିଜେଡି ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି । ଶ୍ରୀ ମହାରଣା ଜଣେ ଅବସର ପ୍ରାପ୍ତ ସରକାରୀ ଅଧିକାରୀ ଅଟନ୍ତି । ବିଗତ ଦୁଇଟି ସାଧାରଣ ନିର୍ବାଚନ ବେଳେ ପ୍ରାର୍ଥୀ ହେବାକୁ ଲବିରେ ଥିଲେ ଓ ସେବା ମୂଳକ କାର୍ଯ୍ୟକ୍ରମ ଗୁଡିକରେ ନିୟୋଜିତ ଥିଲେ । ଉପର ସ୍ଥରରେ ସୂଚନା ପାଇ ବିଜେଡି ଦଳରୁ ପ୍ରତିଦ୍ବନ୍ଦ୍ଵିତା ପାଇଁ ଅଣ୍ଟା ଭିଡିଛନ୍ତି । ଜଣେ ନିଷ୍କଳଙ୍କ ସଚୋଟ ବ୍ୟକ୍ତି ଭାବରେ ଜଣାଶୁଣା ଶ୍ରୀ ମହାରଣା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ନବୀନ ଓଡିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କର ଦୃଢ ସମର୍ଥକ ଓ ପ୍ରଶଂସକ ବୋଲି ଦାବି କରିଛନ୍ତି । ଦେଖିବାକୁ ବାକି ରହିଲା ସାଲେପୁର ପାଇଁ ବି ଜେ ଡି ରୁ ଟିକେଟ ହାତେଇବାରେ ଶ୍ରୀ ମହାରଣା କେତେଦୂର ସଫଳହେଉଛନ୍ତି ।

Leave a Reply

Your email address will not be published. Required fields are marked *