କଟକ ସଦର , ୦୨/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ କଳ୍ପନା ଜଳ୍ପନା ଓ ଛକାପଞ୍ଝା ର ଅନ୍ତ ଘଟାଇ ବିଜେପି ଆଜି ମଙ୍ଗଳବାର ମଧ୍ୟାହ୍ନରେ କଟକ ସଦର ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନବାଗତ ଯୁବ ସଂଗଠକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଥିପାଇଁ ସାରା ନିର୍ବାଚନ ମଣ୍ଡଳୀରେ ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଗତ ତିନି ଟର୍ମ ହେଲା ଏଠାରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିବା ରାଜ୍ୟ ଵିଜେପି ପକ୍ଷରୁ ମୂଖପାତ୍ର ଦୀଲ୍ଲିପ ମହାନ୍ତି ଙ୍କୁ ଏଥର ବଦଳାଯାଇ ଏଵଂ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଟିକେଟ ପାଇଁ ଆଶାବାଦୀ ଥିବା କଟକ ଜିଲ୍ଲା ଵିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା ଙ୍କୁ ନିରାଶ କରାଯାଇ ସର୍ଭେ ରିପୋର୍ଟ କୁ ଭିତ୍ତିକରି ଯୁବ ଚେହେରା ତଥା ଯୁବ ସଂଗଠକ ପ୍ରକାଶଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଜି ସଂଧ୍ୟାରେ ପ୍ରକାଶ ସମର୍ଥକ ନିର୍ବାଚନ ମଣ୍ଡଳୀ ସାରା ଅଦିନିଆ ଦୀପାବଳୀ କରିବାକୁ ସଜବାଜ ହେଉଥିବା ଜଣାପଡିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ପ୍ରକାଶ ନିରବଚ୍ଛିନ୍ନ ଭାବେ ସଂଗଠନ ଜରିଆରେ ଲୋକଙ୍କ ନିକଟତର ହୋଇଥିବା ବେଳେ ଏଵେ କଟକ ସଦରରେ ବିଜେଡ଼ି ବିଜେପିର ଲଢେଇ ଲଢେଇ ଭଳିଆ ହେବା ସମ୍ଭାବନା ସୃଷ୍ଟି ହୋଇଛି। ମୋ ଉପରେ ଆସ୍ଥା ପ୍ରକଟ କରି ବିଜେପି ଟିକେଟ ଦେଇ ଥିବାରୁ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହିତ ଏ ଲଢେଇ ସଦରଵାସୀଙ୍କର ମୁଁ ନିମୀତ ମାତ୍ର ବୋଲି ଟିକେଟ ଘୋଷଣା ପରେ ପ୍ରକାଶ ଆମ ପ୍ରତିନିଧିଙ୍କୁ କହିଛନ୍ତି ।
Odisha Latest Political News : କଳ୍ପନା ଜଳ୍ପନା ର ଅନ୍ତ, କଟକ ସଦରରୁ ପ୍ରକାଶ ସେଠୀ ବିଜେପିର ବିଧାୟକ ପ୍ରାର୍ଥୀ ଘୋଷିତ
