ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ୮୮ ତମ ସ୍ଵତନ୍ତ୍ର ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ 

  ରାଜଗାଙ୍ଗପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)-ଆଦ୍ୟ ତା ୦୧/୦୪/୨୦୨୪ ରିଖ ଦିନ  ସମୟ ଠିକ୍ ୧୦.୦୦ ଘଟିକା ରେ  ମହାବିଦ୍ୟାଳୟରେ ରାଜ୍ୟ ସଙ୍ଗୀତ “ ବନ୍ଦେ ଉତ୍କଳ ଜନନୀ “ ସାମୂହିକ ଭାବେ ଗାନ କରାଯାଇ ସ୍ଵତନ୍ତ୍ର ଉତ୍କଳ ଦିବସ ସମାରୋହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ ଚୌଧୁରୀ, ସମ୍ମାନିତ ଅତିଥି , ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ସଂଯୁକ୍ତ ସଚିବ ଶ୍ରୀଯୁକ୍ତ ସରୋଜ ଦାସ , ମୁଖ୍ୟ ବକ୍ତା ରାଉରକେଲା , ମ୍ୟୁନସିପାଲ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସନାତନ ପ୍ରଧାନ , ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଡ଼ କମଳ କୁମାରୀ ମିଶ୍ର , ସଭାପତି ଗଜେନ୍ଦ୍ର ଦେହୁରୀ ଏବଂ ସଦସ୍ୟା ଡ଼ ସରୋଜିନୀ ସାହୁ ତଥା ମହାବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ଅଧ୍ୟାପିକା ଡ଼ କୌଶଲ୍ୟା ଅଗ୍ରୱାଲ ମହାଶୟା ଯୋଗଦାନ କରି ଓଡିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ଫୁଲ ଅର୍ପଣ କରିବା ସହ ଛାତ୍ରୀଙ୍କୁ ଓଡିଆ ଭାଷାକୁ ଭଲ ପାଇବା ସହିତ ଭାଷାର ବିକାଶ ଦେଶର ଉନ୍ନତି ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ ସରିତା କିଣ୍ଡୋ , IQAC ସଂଯୋଜକ ଶ୍ରୀଯୁକ୍ତ ସପନ୍ କୁମାର ପଣ୍ଡା ମହାଶୟ ତଥା ସମ୍ମାନିତ ଅତିଥି ଏବଂ ମୁଖ୍ୟ  ବକ୍ତା ଓଡିଶାର ସଂସ୍କୃତି,  ଐତିହ୍ୟ ସହ ଓଡିଶାର ବରପୁତ୍ର ମାନଙ୍କର ତ୍ୟାଗ, ବଳିଦାନ କଥା କହି ଓଡିଆ ବୋଲି ଗୌରବାନିତ୍ ମନେ କରିବା ସହ ଛାତ୍ରୀଙ୍କୁ ମଧ୍ୟ ନିଜ ଭାଷା ଓ ରାଜ୍ୟକୁ ନେଇ ଗୌରବ କରିବା କଥା କହିଥିଲେ । ଉକ୍ତ ଦିବସ ଉପଲକ୍ଷେ ତା ୩୦/୦୩/୨୦୨୪ ରିଖ ଶନିବାର ଦିନ ଛାତ୍ରୀଙ୍କ ମଧ୍ୟରେ ଓଡିଶାର ସଂସ୍କୃତି, ଐତିହ୍ୟ ଉପରେ ପ୍ରବନ୍ଧ, ବକ୍ତୃତା , କୁଇଜ୍ , ଚିତ୍ରାଙ୍କନ , ରଙ୍ଗୋଲୀ ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ କୃତିତ୍ୱ ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅତିଥିଙ୍କୁ ପଗଡ଼ି ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।  ଏହି ପବିତ୍ର ଦିବସ ଅବସରରେ  ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ମଧ୍ୟ  ଅତିଥିଙ୍କ ଦ୍ଵାରା  ଲୋକାର୍ପଣ କରାଯାଇଥିଲା ।

                ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା  ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା,  ଛାତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ମିଳିତ ଭାବେ  ଉତ୍କଳ ଦିବସ ପାଳିତ ହୋଇଥିଲା  । “ ଓଡିଶା ମୋ ଓଡିଶା “ ସଙ୍ଗୀତରେ ଛାତ୍ରୀ ଲିପିକା ପ୍ରଧାନଙ୍କ ଦ୍ଵାରା  ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହ ଓଡିଆ ବିଭାଗର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ଗୀତରେ ନୃତ୍ୟ କରାଯାଇଥିଲା। ଶେଷରେ ଓଡିଆ ପାରମ୍ପାରିକ ଆରିସା ଓ ଠେଠରି ପିଠା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ ଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ଏବଂ ଓଡିଆ ବିଭାଗୀୟ ମୁଖ୍ୟ ଡ଼ ସରିତା କିଣ୍ଡୋ ଦ୍ଵାରା ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ ସୁଶୀଲ କୁମାର ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *