ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଦେହାନ୍ତ

ସମ୍ବଲପୁର,୧୬/୦୨/୨୦୨୬ (ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ବିଜେଡିର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ସମ୍ବଲପୁର  ଶାନ୍ତିନଗରସ୍ଥିତ ବାସଭବନରେ ରାତି ୮ଟା ୫୦ ମିନିଟରେ ୭୯ ବୟସରେ ତାଙ୍କର  ଦେହାନ୍ତ  ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ରାସେଶ୍ୱରୀ ୨୦୧୪ରେ ସମ୍ୱଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

​​​​​​​ସୂଚନା ଯୋଗ୍ୟ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ବିଧାନସଭା ନିର୍ବାଚନରେ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ  ଜଣେ ଉତ୍ତମ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଥିଲେ। କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ରହିଛି ।

Leave a Reply

Your email address will not be published. Required fields are marked *