ନିରାକାରପୁର, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାରେ ପଞ୍ଚୁ ଦୋଳ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଯାତ୍ରା କମିଟି ତରଫରୁ ତିନିଦିନ ବ୍ୟାପି ଯାତ୍ରା ଇନ୍ଦ୍ରଭୁବନ ଦର୍ଶକ ଙ୍କୁ ଯାତ୍ରା ଶେଷ ପଯ୍ୟନ୍ତ ବାନ୍ଧି ରଖୁଛି। ଯାନୀ ଯାତ୍ରା, ବିଭିନ୍ନ ପସରା ମେଳଣ ପଡିଆ କୁ ସୁନ୍ଦର ମଣ୍ଡିତ କରୁଛି। ହରିହର ମେଳଣ ରେ ମୁଖ୍ୟ ଠାକୁର ହେଲେ ମଳିପଡ଼ା ବଡ଼ମଠ ର ବଳଦେବଜୀଉ । ଏହି ମେଲଣରେ ପାଖଆଖ ଅଞ୍ଚଳ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଯାତ୍ରା କମିଟି ସଭ୍ୟ ମାନେ ଏହାକୁ ସୁଚାରୁ ରୂପେ ପରିଚାଳନା କରୁଛନ୍ତି।
ମଳିପଡ଼ା ପଞ୍ଚୁଦୋଳ ଧୁମଧାମରେ ଅନୁଷ୍ଠିତ
