ନିରାକାରପୁର ଅଂଚଳରେ ଜାଗର ଉତ୍ସବ ପାଳିତ

ନିରାକାରପୁର, ୦୮/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲା ନିରାକାରପୁର ଓ ତାର ପାଖାପାଖି ଅଂଚଳର ବିଭିନ୍ନ ଶୈବପୀଠରେ ଆଜି ଜାଗର ଉତ୍ସବ ତଥା ମହାଶିବରାତ୍ରୀ ମହାସମାରୋହରେ ପାଳିତ ହେଉଛି । ସକାଳୁ ଭକ୍ତମାନେ ଉପବାସରେ ରହି ଶୈବ ପୀଠଗୁଡ଼ିକୁ ଯାଇ ଠାକୁରଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ପରେ ରାତିରେ ଶହ ଶହ ଭକ୍ତମାନେ ମନ୍ଦିର ବେଢାରେ ନିଜର ମନସ୍କାମନା ପୂର୍ଣ୍ଣ ଓ ଠାକୁରଙ୍କ ଆର୍ଶିବାଦ ଲାଭ କରିବା ଉଦ୍ଧେଶ୍ୟରେ ଦୀପ ପ୍ରଜ୍ଜ୍ୱଳନ କରି ବସି ରହିଛନ୍ତି । ଶେଷରେ ମହାଦୀପ ଉଠିବା ପରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ଆଜି ନିରାକାରପୁର ନୀଳକଣ୍ଠେଶ୍ୱର ଦେବ, ଡ଼ିଆ କପିଳେଶ୍ୱର ଦେବ, ପାଣ୍ଡବପାଟଣା କପିଳେଶ୍ୱର ଦେବ, ନିରାକାରପୁର ରାମ ମନ୍ଦିର ପରିସର ବାବା ଚନ୍ଦ୍ରଶେଖର ଦେବ,ସିଦ୍ଧେଶ୍ୱର ଦେବ,ସିକୋ ବାବା ଚନ୍ଦ୍ରଶେଖର ଦେବ ପ୍ରମୁଖ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଡ଼ିଆ କପିଳେଶ୍ୱର ଦେବଙ୍କ ପୀଠରେ ଆଜି ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *