ନିରାକାରପୁର,୨୭/୦୩/୨୦୨୪ (ଓଡ଼ିଶା ସମାଚାର)- ରୀତିନୀତି ଓ ପରପଂରା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧାଜିଲା ଜଂକିଆ ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ଗତ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଗ୍ରାମର ମୂଖ୍ୟପର୍ବ ଦୋଳପର୍ବ ୨୬ତାରିଖ ପବିତ୍ର ହୋଲି ପର୍ବଦିନ ଉଦଯାପିତ ହୋଇଯାଇଛି ।୨୦ତାରିଖଠାରୁ ୨୫ତାରିଖ ପବିତ୍ର ଦୋଳପୂର୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେହ ରାତିରେ ଗ୍ରାମର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀଶ୍ରୀ ଲୋକେଶ୍ବର ଦେବ ଓ ଆରାଧ୍ୟଦେବୀ ମା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଦୋଳ ବିମାନରେ ବିଜେହୋଇ ଗ୍ରାମର ପ୍ରତ୍ୟେକ ଦୁଆରେ ଚାଚେରୀ ଭୋଗ ଖାଇଥିଲେ।୨୪ତାରିଖ ବିଳମ୍ବିତରାତିରେ ଗାଁରୁ ଭୋଗଖାଇ ମଂଦିର ପରିସରକୁ ଫେରିବା ପରେ ଦୋଳବିମାନରେ ବିରାଜମାନହୋଇଥିବା ଏହି ଠାକୁର ଙ୍କ ସମ୍ମୁଖରେ ରୀତିନୀତି ଓ ପରପଂରା ଅନୁଯାୟୀ ବ୍ରାହ୍ମଣଦ୍ବାରା ହୋମଯଜ୍ଞ ହେବାପରେ ରାଜାଗ୍ନିଉସବ ଅନୁଷ୍ଠିତ ହୋଇଥିଲା। ଦୋଳ ପୂର୍ଣିମାଦିନ ଠାକୁର ଦୋଳମଣ୍ଡପରେ ଥିବା ଦୋଳବେଦିରେ ଝୁଲି ଭୋଗଖାଇ ଦିନସାରା ଦୋଳମଣ୍ଡପରେ ବିଜେ କରିବାପରେ ସଂଧ୍ୟାରେ ଦୋଳବିମାନରେ ବିଜେହୋଇ ବିରାଟ ପଟୁଆର ରେ ଯାଇ ଗ୍ରାମର ଚାଚେରୀଭୋଗ ଖାଇ ମଂଦିର ପରିସରରେ ଥିବା ଆସ୍ଥାନରେ ବିରାଜମାନକରି ରାତିତମାମ ଦୋଳବିମାନରେ ରହିଥିଲେ।ହୋଲିପର୍ବଦିନ ମଧ୍ୟାହ୍ନରେ ଭକ୍ତମାନ ଙ୍କ ସହ ଦୋଳ ବିମାନରେ ଗାଁଭିତରେ ହୋଲିଖେଳି ମଂଦିରବେଢାକୁ ପ୍ରତ୍ୟାବର୍ତନ କରିଥିଲେ। ସେଠାରେ ମାଘସ୍ନାନପରେ ମଂଦିର ଭିତରେଥିବା ସ୍ବସ୍ଥାନ ସିଂହାସନକୁ ବିଜେ କରିଥିଲେ।ଏହି ଉପଲକ୍ଷେ ଦୋଳପୂର୍ଣିମା ଓ ହୋଲିପର୍ବ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅପେରା ବିଶ୍ବନାଥ ଦ୍ବାରା ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ଏହି ପର୍ବ ଉପଲକ୍ଷେ ଛତ୍ରପଡା ଗ୍ରାମରେ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା।
ଛତ୍ରପଡା ଦୋଳପର୍ବ ଉଦଯାପିତ
