ରାମେଶ୍ବର ଛକ  ଜାତୀୟ ରାଜପଥ ଓଭର ବ୍ରିଜ ଷ୍ଟ୍ରିଟ ଲାଇଟ୍ ଜଳୁନି

ନିରାକାରପୁର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ୧୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ୟ୍ୟ ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବବେଳେ ନୂଆ କରି ନିର୍ମାଣ ହୋଇଥିବା ଓଭର ବ୍ରିଜ କଡ଼ରେ ଷ୍ଟ୍ରିଟ ଲାଇଟ୍ ଲାଗି ଅଛି। କିନ୍ତୁ ବିଦ୍ୟୁତ୍ ସଂଯୋଗ ବିଳମ୍ବ ହେବାରୁ ଲାଇଟ୍ ଜଳିବା ମଧ୍ୟ ବିଳମ୍ବ ହେଉଅଛି। କିନ୍ତୁ ହଠାତ୍  ଗତ ବର୍ଷ   ଜୁଲାଇ ୩୧ ତାରିଖ ଦିନ ଡିଜି ଜେନେରେଟର ଲଗାଯାଇ ଲାଇଟ୍ ଜଳାଯାଇଥିଲା। କିନ୍ତୁ ଅଗଷ୍ଟ ୫ ତାରିଖରେ ଅମିତ୍ ଶାହା ଙ୍କ ଓଡ଼ିଶା ଗସ୍ତ ଶେଷ ପରେ ପୁନର୍ବାର ଉକ୍ତ ଲାଇଟ୍ ଗୁଡ଼ିକ ବନ୍ଦ କରାଯାଇଛି। ଉକ୍ତ ଦିନ ସନ୍ଧ୍ୟାରୁ ଜେନେରେଟର ଚାଲି ନ ଥିଲା। ଫଳରେ ସବୁ ଓଭର ବ୍ରିଜ ଅନ୍ଧାର ଥିବାର ଦେଖିବାକୁ ମିଳି ଥିଲା। ପରେ ଖୋର୍ଦ୍ଧା ଠାରୁ ଟାଙ୍ଗୀ ଆଡ଼କୁ ପ୍ରାୟ ସବୁ ଓଭର ବ୍ରିଜ ରେ ଷ୍ଟ୍ରିଟ ଲାଗି ବିଦ୍ୟୁତ୍ ସଂଯୋଗ ହୋଇଥିବାବେଳେ ଏ ପର୍ୟ୍ୟନ୍ତ ରାମେଶ୍ବର ଛକ ଓଭର ବ୍ରିଜ ଲାଇଟ୍ ଗୁଡ଼ିକ ଜାଳିବା ପାଇଁ ବିଦ୍ୟୁତ୍ ସଂଯୋଗ ହୋଇ ପାରିନାହିଁ।ଫଳରେ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ ବିପଦରେ ଗତି କରୁଛନ୍ତି। ବେଳେ ବେଳେ ଏହି ଓଭର ବ୍ରିଜ ଉପରେ ଅନ୍ଧାର କାରଣରୁ ଛୋଟବଡ ଦୁର୍ଘଟଣା ବି ଘଟୁ ଥିବାର ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା     ବିଦ୍ୟୁତ୍ ସଂଯୋଗ କରି ଲାଇଟ ଜାଳିବା ର ବ୍ୟବସ୍ଥା କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *