“ଆସ ସ୍କୁଲ ଯିବା” ସଚେତନତା କାର୍ଯ୍ୟକ୍ରମ

ଭୁବନ ୧୪/୦୯/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଭିତରଦିଗ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ତରଫରୁ ” ଆସ ସ୍କୁଲ ଯିବା ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନ ଶିକ୍ଷକ ବିଷ୍ଣୁ ବିଳାସ ଦାସ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ଅଧାରୁ ପାଠ ଛାଡିଥିବା , ଆଦୌ ସ୍କୁଲ ଆସିନଥିବା ଓ ସ୍କୁଲ ବାହାରେ ବୁଲୁଥିବା ପିଲାଙ୍କୁ ଶିକ୍ଷା କ୍ଷେତ୍ରର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରୟାସ ଜାରି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଅସିତ୍ ଦାସ,ଶିକ୍ଷୟିତ୍ରୀ କବିତା ପୃଷ୍ଟି,ମାମିନା ବେହେରା,ରୋଷନୀ ପ୍ରଧାନ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପୋଥାଳ,କାଉନସିଲର ସୁଶାନ୍ତ ନାୟକ,ସଦସ୍ୟ ଅନାମ ସାହୁ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମ ରେ ଯୋଗଦେଇ ସଂପୃକ୍ତ ୱାର୍ଡ ର ବିଭିନ୍ନ ସାହିରେ ପଦଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *