ଭାରତୀୟ ଜୀବନବୀମା ନିଗମର ସହାୟତା

ଭୁବନେଶ୍ୱର, ୨୧/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭାରତୀୟ ଜୀବନବୀମା ନିଗମ ତରଫରୁ ସ୍ବୟଂଶାସିତ ସ୍ୱାସ୍ଥ୍ୟବିଜ୍ଞାନ ସଂସ୍ଥାକୁ ଏକ ସ୍କୁଲ ବସ ସହାୟତାଦିଆଯାଇଛି । ଏହି ସହାୟତା ଏଲଆଇସିର ଗୋଲଡେନ ଜୁବୁଲ୍ଲୀ ଫାଉଂଡେସନ( ସାମାଜିକ ଦାଇତ୍ୱବୋଧ ପ୍ରତିବଦ୍ଧତା ୟୁନିଟ) ତରଫରୁ ଦିଆଯାଇଛି ।ସ୍ବୟଂଶାସିତ ସ୍ୱାସ୍ଥ୍ୟବିଜ୍ଞାନ ସଂସ୍ଥା ଭିନ୍ନକ୍ଷମ ପୁନର୍ବାସ ଉପରେ କାମକରୁଥିବା ଏକ ଅଗ୍ରଣୀ ସଂସ୍ଥା ଯାହାକି ୨୦୦୦ମସିହାରେ ପ୍ରତିଷ୍ଠିତ ହୋଇଥିଲା ।ଏହା ମୂଳବେଶର କାରୀ ସଂସ୍ଥା ମାର୍ଗଦର୍ଶୀର ଏକାଙ୍ଗ ଯେଉଁଥିରେ ଭିନ୍ନକ୍ଷମ ମାନଙ୍କୁ ସେବା ଯୋଗାଉଥିବା ସ୍ୱତନ୍ତ୍ର ଦକ୍ଷତା ଥିବା ବ୍ୟକ୍ତିମାନେ ବା ପ୍ରଫେସିଓନାଲ ମାନଙ୍କୁ ଯୋଗାଉଅଛି । ପ୍ରତେକଦିନ ପ୍ରାୟ୧୫୦ରୁ୨୦୦ ପୀଡିତ ବ୍ୟକ୍ତିମାନେ ଏହି କ୍ୟାମ୍ପସକୁ ଆସି ବିଭିନ୍ନ ପ୍ରକାରର ଚିକତ୍ସାସେବା ଗ୍ରହଣକରନ୍ତି  । ତଥା ଏହି ଠାରେ ଏକ ବିଦ୍ୟାଳୟ ଯାହା ରାଜ୍ୟ ସରକାରଙ୍କ ଦ୍ଵାରାମାନ୍ୟତାପ୍ରାପ୍ତ ଅଟିଯିମ ବାଧିତ ପିଲାମାନଙ୍କ ଶିକ୍ଷା ନିମନ୍ତେ ଉଦ୍ଧିଷ୍ଟ । ସେମାନଙ୍କ ସୁଗମ ଯାତାୟାତ ନିମନ୍ତେ ଏହି ବସ୍  ର ଆବଶ୍ୟକତାକୁ ଭାରତୀୟ ଜୀବନବୀମା ନିଗମ ପୁରଣ କରିଛି । ଏକ ସ୍ୱତନ୍ତ୍ର ଉତ୍ସବରେ ଜୀବନବୀମା ନିଗମ ଇଏଷ୍ଟସେଣ୍ଟ୍ରାଲ ଜୋନ୍  ର ମୁଖ୍ୟ ଶ୍ରୀଯୁକ୍ତ ଶ୍ରଵଣ କୁମାର, ମାର୍କେଟିଙ୍ଗ ର ମୁଖ୍ୟ ଶ୍ରୀଯୁକ୍ତ ସନୋଜ କୁମାର , ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ମହାଶୟ ଏବଂ ଏହା ସହିତ ଭୁବନେଶ୍ୱର ମଣ୍ଡଳ ଅଫିସର ଅନେକ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ତିତିରେ ଗମନାଗମନ ସେବାପାଇଁ ଏହି ବସଟି ପ୍ରଦାନ କରାଯାଉଥିଲା । ଏହି ଉତ୍ସବରେ ଏଲଆଇସି ଅଧିକାରୀ ମାନଙ୍କ ସମ୍ମାନିତ କରାଯାଇଥିଲା ।

ଏଲଆଇସି ର ଗୋଲଡେନ ଜୁବୁଲ୍ଲୀ ଫାଉଂଡେସନ୨୦୦୬ରେ ପ୍ରତିଷ୍ଠିତ ହୋଇଥିଲା ।ଏହି ଫାଉଂଡେସନ ମାଧ୍ୟମରେ ସମାଜର ପଛୁଆବର୍ଗ, ଭିନ୍ନକ୍ଷମ ଓ ଦକ୍ଷ ଛାତ୍ରମାନଙ୍କର ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ କରୁଅଛି । ଉକ୍ତ ଉତ୍ସବରେ ମାର୍ଗଦର୍ଶୀ ର ସମ୍ପାଦକ ପ୍ରଫେସର ସତ୍ୟ ମହାପାତ୍ର ,ପ୍ରୋଗ୍ରାମ ନିର୍ଦ୍ଦେସିକା ଶ୍ରୀମତୀ ନଳିନୀ ମହାନ୍ତି , ପ୍ରଶାସନିକ ଅଧିକାରୀ ସଞ୍ଜୟ କୁମାର ନାୟକ ,କଲେଜ ଅଧ୍ୟକ୍ଷ ଶ୍ରୀଭବାନୀ ଶଙ୍କର ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ଓ ଷ୍ଟାଫମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *