ଭଞ୍ଜନଗର,୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ବର୍ଷୀୟାନ ପ୍ରତିଭାବାନ୍ ମଞ୍ଚ ନାଟକ କଳାକାର ସ୍ବର୍ଗତ ଗଣେଶ ସିଂଙ୍କ ଏକାଦଶାହ ମଙ୍ଗଳବାର ଦିନ ନିଜ ବାସଭବନ ଠାରେ ଏକ ଶୋକାକୁଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏକାଦଶାହ ଅବସରରେ ତାଙ୍କ ଧର୍ମପତ୍ନୀ, ପୁତ୍ର, ସପରିବାର, ଆତ୍ମୀୟସ୍ବଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ପ୍ରକାଶ ଥାଉକି ସ୍ବର୍ଗତ ଗଣେଶ ମଞ୍ଚ କଳାକାର ସହ ପ୍ରାକ୍ତନ ଛାତ୍ର ନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ସେ ୯୦ ଦଶକରେ ଛାତ୍ର ସଂସଦର ସଭାପତିତ୍ବ କରିବା ସମୟରେ ମଣ୍ଡଳ କମିଶନ ବିରୋଧରେ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସେ ନାଟକରେ ଅଭିନୟ ଜରିଆରେ ମଣିଷ ସମାଜର ବାସ୍ତବ ଜୀବନର କାହାଣୀକୁ ଜୀବନ୍ତ ଭାବେ ଉପସ୍ଥାପିତ କରି ଦର୍ଶକଙ୍କୁ ହସାଇ ଓ କନ୍ଦାଇ ଦେଉଥିଲେ।