କଟକ,୧୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ଆଜି ରବିବାର ଦିନ ଆୟତପୁର ପଞ୍ଚାୟତ ବ୍ରାହ୍ମଣଵାଡ ଠାରେ ଉନ୍ନତ କିସମର ମେଗା ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷ୍ଣୁପ୍ରିୟା ସେବା ସମିତିର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗ ଦେଇ ଫଳ ଚାରା ରୋପଣର ଶୁଭାରମ୍ଭ କରି’ମା’ପାଇଁ ଗଛଟିଏ’ଜୀବ ଜଗତ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଵର୍ଷିୟାନ ଶିଳ୍ପୋଦ୍ୟୋଗୀ ସୁରେନ୍ଦ୍ର ନାଥ ପଣ୍ଡା, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ଇଷ୍ଟ ପଏଣ୍ଟ ହସ୍ପିଟାଲର ନିର୍ଦ୍ଧେଶକ ନିରାକାର ଜେନା, ଫକିରପଡା ସରପଂଚ ମିଲି ସେଠୀ, କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ନିର୍ମଳ ଦାସ, ପରମହଂସ ସମିତି ସଭ୍ୟା ଚିନ୍ମୟୀ ବେହେରା,ନିମେଇଶାପୁର ପୂର୍ବତନ ସରପଂଚ ତ୍ରିଲୋଚନ ସ୍ୱାଇଁ, ନିମାଇଁ ମହାପାତ୍ର, ସନ୍ତୋଷ ସାହୁ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ଆୟତପୁର ସରପଂଚ ରାକେଶ ବେହେରା, ବିନୋଦ ଦାଶ, ନିଗମ ରାଉତଙ୍କ ସମେତ ବ୍ରାହ୍ମଣଵାଡ ଗ୍ରାମବାସୀମାନେ ସହାୟତା କରିଥିଲେ।
