୨୦୨୪ ସାଧାରଣ ନିର୍ବାଚନ – ୭ଟି ପର୍ୟ୍ୟାୟରେ ନିର୍ବାଚନ, ଜୁନ ୪ରେ ମତଗଣନା

ଆଜିଠାରୁ ସାରାଦେଶରେ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି

ଓଡ଼ିଶାରେ ମେ ୧୩, ୨୦, ୨୫  ଓ  ଜୁନ  ୧ ଏହିପରି ୪ଟି ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

ଭୁବନେଶ୍ୱର,୧୬/୦୩/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି।  ଅପରାହ୍ନ ୩ ଟା ୩୦ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ତାରିଖ ବିଷୟରେ ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ, ଓଡ଼ିଶାରେ ମେଁ ୧୩, ୨୦, ୨୫  ଓ  ଜୁନ  ୧ ତାରିଖ ଏହିପରି ୪ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଓଡିଶାରେ କେଉଁ ତାରିଖରେ କେଉଁଠି ଭୋଟ୍ :  ମେଁ ୧୩ ରେ – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ,  ମେଁ ୨୦ ରେ – ବରଗଡ,ସୁନ୍ଦରଗଡ,ବଲାଙ୍ଗୀର, କନ୍ଧମାଳ, ଆସିକା , ମେଁ ୨୫ ରେ – ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ ଜୁନ  ୧ ରେ – ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ।

୭ଟି ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ୟ୍ୟାୟ , ମେ ୭ରେ ତୃତୀୟ ପର୍ୟ୍ୟାୟ, ମେ ୧୩ରେ ଚତୁର୍ଥ ପର୍ୟ୍ୟାୟ, ମେ ୨୦ରେ ପଞ୍ଚମ ପର୍ୟ୍ୟାୟ, ମେ ୨୫ରେ ଷଷ୍ଠ ପର୍ୟ୍ୟାୟ ଓ ଜୁନ ୧ରେ ସପ୍ତମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ ତାରିଖରେ ମତ ଗଣନା କରାଯିବ।

ଏହି ଘୋଷଣା ପରେ ଆଜିଠାରୁ ସାରାଦେଶରେ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *