ଭୁବନେଶ୍ୱର,୧୫/୦୩/୨୦୨୪ (ଓଡ଼ିଶା ସମାଚାର)- ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଆଜି ସକାଳେ ପରଲୋକ ଘଟିଛି। ସ୍ବର୍ଗତ ମଲ୍ଲିକ ବିଭାଗର ପ୍ରକାଶନ ଅଧିକାରୀ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ୟ୍ୟରତ ଥିଲେ। ଆଜି ସକାଳେ ବାୟାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଶ୍ରୀ ମଲ୍ଲିକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଆଜି ଶ୍ରୀ ମଲ୍ଲିକଙ୍କ ମୃତଦେହକୁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ୟ୍ୟାଳୟକୁ ଅଣାଯାଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଓ ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଶେଷ ଦର୍ଶନ କରିଥିଲେ। ଶ୍ରୀ ମଲ୍ଲିକ ତାଙ୍କ ପତ୍ନୀଙ୍କ ସମେତ ଦୁଇ ଝିଅ ଓ ପୁତ୍ର ସନ୍ତାନଙ୍କୁ ଛାଡି ଯାଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପରଲୋକ
