କାର୍ତିକେଶ୍ୱର ପୂଜା ଉତ୍ସବ ପ୍ରସ୍ତୁତି ବୈଠକ

ଗରଦପୁର,୨୩/୧୧/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ କାର୍ତିକେଶ୍ୱର ପୂଜା ଉତ୍ସବ ଆସନ୍ତା ୨୭ ରୁ ୧ ତାରିଖ ପର୍ଯ୍ୟନ୍ତ ଧୁମ ଧାମ ରେ ପାଳନ ହେବ । ଏଥିପାଇଁ ଗ୍ରାମର କାର୍ତିକେଶ୍ୱର ଯୁବକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଦେବପ୍ରସାଦ ସାମନ୍ତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପସଭାପତି ଲିଟନ୍ ପୃଷ୍ଟି , ଅଭିଳାଷ ସାମନ୍ତରାୟ , ଆଲୋକ ବରାଳ, ଶୁଭେନ୍ଦ୍ର ପୃଷ୍ଟି , ଆଦିକନ୍ଦ ବାରିକ, ସ୍ୱାଧିନ ସାମନ୍ତରାୟ, ରଣଜିତ ବାରିକ, ରମାକାନ୍ତ ସେଠୀ, ବିଶ୍ୱଦେବ ସ୍ୱାଇଁ ଓ ଯୁବକ ସଂଘର ଡ଼ିଜିଟାଲ ୱିଙ୍ଗ ର ମୁଖ୍ୟ ଦେବବ୍ରତ ସାମନ୍ତରାୟଙ୍କ ସମେତ ବିଶ୍ୱ ପ୍ରକାଶ ସାହୁ, ଧମଳେଶ୍ୱର ସାମନ୍ତରାୟ, ଦେବାଶିଷ ସାମନ୍ତରାୟ, ରାକେଶ ଦାସ, ସୁଚି ରଂଜନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂଜା ମଣ୍ଡପରେ କାର୍ତିକେଶ୍ୱରଙ୍କ ଦିବ୍ୟ ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ହୋମ ଯଜ୍ଞ ସହ ପୂଜାର୍ଚ୍ଚନା କରାଯିବା ସହିତ ଗ୍ରାମରେ ହବିଷ୍ୟ ପାଳନ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅପେରା ପରିବେଷଣ କରାଯିବ । ସେହିପରି ସ୍ଥାନୀୟ ବିଧାୟକ ଙ୍କ ସମେତ ଅନ୍ୟ ଅତିଥି ମାନଙ୍କୁ ପୂଜାର ବିଭିନ୍ନ ଦିବସରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିବା ସଭାପତି ଶ୍ରୀ ସାମନ୍ତରାୟ ବୈଠକରେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *