ନିର୍ବାଚନ ପାଇଁ ଏକାଠି ହେଲେ  କଂଗ୍ରେସ କର୍ମୀ

 ନିରାକାରପୁର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ   ରାମେଶ୍ବର, ନିରାକାରପୁର, ଓ ଲେଣ୍ଡୁ ପଞ୍ଚାୟତର ଯୁବକ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ପଟ୍ଟନାୟକ ଯୋଗ ଦେଇ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ କିଭଳି ଭାବେ ସୁସଂଗଠିତ କରି ହେବ ଏବଂ ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁ ବିଜୟୀ କରିବା ପାଇଁ ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ରଣା ଦେବା ସହ ଉତ୍ସାହିତ କରିଥିଲେ । ଏହି ବୈଠକରେ ଶତାଧିକ କଂଗ୍ରେସ ଯୁବ କର୍ମୀ ଏକାଠି ହୋଇଥିଲେ।

Leave a Reply

Your email address will not be published. Required fields are marked *